ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ଦୋଳଯାତ୍ରା ଉତ୍ସବ ଆରମ୍ଭ: ମହାପ୍ରଭୁଙ୍କ ଚାଚେରୀ ବେଶରେ ଭାବବିହ୍ବଳ ଭକ୍ତ - ଶ୍ରୀମନ୍ଦିରରେ ଦୋଳଯାତ୍ରା

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦୋଳଯାତ୍ରା ଉତ୍ସଵ । ଆସନ୍ତା ସାତଦିନ ଧରି ପାଳିତ ହେବ ଏହି ଉତ୍ସବ । ଆସନ୍ତା ୧୮ ତାରିଖରେ ଦୋଳ ପୂର୍ଣ୍ଣିମା ନୀତିକାନ୍ତି ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

Dolo yatra ritual starts from Puri Sri Mandir
Dolo yatra ritual starts from Puri Sri Mandir

By

Published : Mar 13, 2022, 5:06 PM IST

ପୁରୀ:ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦୋଳଯାତ୍ରା ଉତ୍ସଵ । ଆସନ୍ତା ସାତଦିନ ଧରି ପାଳିତ ହେବ ଏହି ଉତ୍ସବ । ତେବେ ସର୍ବତ୍ର ରାଧାକୃଷ୍ଣଙ୍କର ଦୋଳଯାତ୍ରା ପ୍ରସିଦ୍ଧ ଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଦୋଳ ଗୋବିନ୍ଦଙ୍କ ଦୋଳଯାତ୍ରା ଭକ୍ତଙ୍କୁ ବେଶ ଆନନ୍ଦ ଦେଉଛି । ଏହି ଅବସରରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ । ଏଥିରେ ମହାପ୍ରଭୁଙ୍କୁ ଚନ୍ଦନ ଓ ପ୍ରସାଦ ଲାଗି କରାଯିବା ସହ ଝିମିରି ଫଗୁ ଲାଗି ହୋଇଥିଲା । ପରେ ସ୍ବତନ୍ତ୍ର ଆଭୂଷଣରେ ଶ୍ରୀଜୀଉଙ୍କୁ ବିଭୂଷିତ କରାଯାଇଥିଲା ।

ପାଞ୍ଚଦିନ ଧରି ଶ୍ରୀଜୀଉଙ୍କ ଏହି ବିଶେଷ ନୀତି, ବେଶ ଓ ଭୋଗ କରାଯିବା ନେଇ ଵିଧି ରହିଛି । ତେବେ ଆସନ୍ତା ୧୮ ତାରିଖରେ ଦୋଳ ପୂର୍ଣ୍ଣିମା ନୀତିକାନ୍ତି ଅନୁଷ୍ଠିତ ହେବ । ରାତି ୩ଟାରୁ ଦ୍ବାର ଫିଟା ନୀତି ସହ ଭିତର ସୌଧ କରାଯାଇ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି କରାଯିବ । ଦିବା ୧୨ ଟା ୩୦ରେ ଦୋଳବେଦିକୁ ବିଜେ କରିବେ ବିମାନ । ୧୨ଟା ୫୦ରେ ଦୋଳକୁ ଦିଅଁ ବିଜେ କରିବେ । ପରେ ରାତି ୮ଟା ୩୦ରେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ ଠାକୁର ।

ଅନ୍ୟପକ୍ଷରେ ଏଣିକି ପ୍ରତ୍ୟେକ ରବିବାର ମଧ୍ୟ ଖୋଲା ରହିବ ଶ୍ରୀମନ୍ଦିର । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି l କୋଭିଡ୍‌ ଯୋଗୁଁ ସାନିଟାଇଜ୍‌ କରିବା ପାଇଁ ଗତ ଦୁଇ ବର୍ଷ ଧରି ଶ୍ରୀମନ୍ଦିରରେ ରବିବାର ଦର୍ଶନ ବନ୍ଦ ରହିଥିଲା l ତେବେ ଏହି କଟକଣାକୁ ହଟାଇ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details