ପୁରୀ :ଜଣେ ଡାକ୍ତର ଦୁଇଟି ଜିଲ୍ଲାରେ ଚାକିରୀ କରି ନେଉଥିଲେ ଡବଲ ଦରମା । ଜାଣିପାରିଲେନି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ସ୍ବାସ୍ଥ୍ୟ ବିଭାଗ । ଏପରି ଅଭିଯୋଗ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଡାକ୍ତରଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ । ଡାକ୍ତର ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅନୁପମ ବେହେରା ।ଅନୁପମ ଏପରି କରିଆସୁଥିବାବେଳେ କିଭଳି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହା ଜାଣିପାରିଲେ ନାହିଁ ତାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।
ଏକକାଳୀନ ଦୁଇଟି ସ୍ଥାନରେ ଚାକିରୀ କରି ବହିଷ୍କୃତ ହେଲେ ଡାକ୍ତର - puri district CDMO
ଦୁଇଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ ଜଣେ ଡାକ୍ତର । ସରକାରୀ ରାଜକୋଷରୁ ନେଉଥିଲେ ଡବଲ ଦରମା। ଜାଣିପାରିଲେନ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ସ୍ବାସ୍ଥ୍ୟ ବିଭାଗ । ବିଳମ୍ବରେ ଅଭିଯୋଗ ହେବା ପରେ ଚାକିରୀରୁ ବହିଷ୍କୃତ ହେଲେ ଡାକ୍ତର । ଅଧିକ ପଢନ୍ତୁ...

ପୁରା ଘଟଣା ଅନୁସାରେ ଡାକ୍ତର ବେହେରା କଣ୍ଟ୍ରାକଚୁଆଲ ଡାକ୍ତର ଭାବେ କାର୍ଯ୍ୟ କରୁଥିବାବେଳେ ସେ ଚଳିତ ବର୍ଷ ଫ୍ରେବ୍ରୁଆରୀ 3 ତାରିଖରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ନୂଆସନ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇ ଆସିଥିଲେ। ତେବେ ସେ ଚାରିଛକ ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବାବେଳେ ଉଭୟ ସ୍ଥାନରୁ ପୃଥକ ପୃଥକ ଦରମା ଉଠାଇ ଚାଲିଥିଲେ । ପରେ ଏନେଇ ଅଭିଯୋଗ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ଜଣାପଡିଛି । ତେବେ ଘଟଣାର ତଦନ୍ତ ପରେ ଆଇନ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର ପ୍ରକାଶ କରିଛନ୍ତି । ତେବେ ଦୀର୍ଘଦିନ ହେବ ଏପରି ଚାଲିଥିବାବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ