ଓଡିଶା

odisha

ETV Bharat / state

ହବିଷ୍ୟାଳୀଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରୁଛି ପୁରୀ ପ୍ରଶାସନ - ହବିଷ୍ୟାଳୀଙ୍କ ସୁବିଧା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହବିଷ୍ୟାଳୀଙ୍କ ହବିଷ୍ୟାଳୀ ବ୍ରତ ପୁରୀରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ହବିଷ୍ୟାଳୀଙ୍କୁ ସୁବିଧା ଯୋଗାଇ ଦେବାକୁ ନେଇ ପ୍ରସ୍ତୁତି ବୈଠକ
ହବିଷ୍ୟାଳୀଙ୍କୁ ସୁବିଧା ଯୋଗାଇ ଦେବାକୁ ନେଇ ପ୍ରସ୍ତୁତି ବୈଠକ

By

Published : Sep 24, 2022, 1:10 PM IST

ପୁରୀ: ହବିଷ୍ୟାଳୀଙ୍କ ସୁବିଧା ପାଇଁ ପ୍ରସ୍ତୁତି ବୈଠକ ପୁରୀରେ ଅନୁଷ୍ଠିତ ହୋଇଯାଇଛି । ତେବେ ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହବିଷ୍ୟାଳୀଙ୍କ ହବିଷ୍ୟାଳୀ ବ୍ରତ ପୁରୀରେ ଅନୁଷ୍ଠିତ ହେବ । ଏନେଇ ବ୍ରତାଧାରୀଙ୍କ ରହିବା, ମହାପ୍ରସାଦ ସେବନ କରିବା, ଶ୍ରୀଜିଉଙ୍କୁ ଦର୍ଶନ କରିବା, ପ୍ରବଚନ ଓ ଆଧ୍ୟାତ୍ମିକ ଆଲୋଚନା ଶୁଣିବା ବ୍ୟବସ୍ଥା କରିବାକୁ ବ୍ୟବସ୍ଥା କରାଯାଇଛି । ଏହାସହ ପୁରୀର ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ହବିଷ୍ୟାଳୀଙ୍କ ଆଗମନ, ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ହବିଷ୍ୟାଳୀଙ୍କୁ ସୁବିଧା ଯୋଗାଇ ଦେବାକୁ ନେଇ ପ୍ରସ୍ତୁତି ବୈଠକ

ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ହବିଷ୍ୟାଳୀଙ୍କ ରହଣି ସମୟରେ ଯେପରି ସେମାନଙ୍କର କୌଣସି ଅସୁବିଧା ବା ସମସ୍ୟା ନ ହୁଏ ସେଥିପ୍ରତି ଦାୟିତ୍ବରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ।ଅନ୍ୟପଟେ ଉପଜିଲ୍ଲାପାଳ ଭବତାରଣ ସାହୁ ବୈଠକ ପରିଚାଳନା କରିବା ସହ ହବିଷ୍ୟାଳୀଙ୍କ ରହଣି ପାଇଁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ ଓ ମୋଚିସାହି ସ୍ଥିତ ପୌର କଲ୍ୟାଣ ମଣ୍ଡପର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ।

ତେବେ ଇତି ମଧ୍ୟରେ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଗୁରୁବାର ସୁଦ୍ଧା ୧୨୦୦ରୁ ଊର୍ଦ୍ଧ୍ବ ପଞ୍ଜୀକରଣ ହୋଇଛି । ଏନେଇ ଏମାନଙ୍କର ରହଣି ସମୟରେ ସ୍ବାସ୍ଥ୍ୟ, ପରିମଳ,ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା,ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ,ସ୍ବେଚ୍ଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବାର ବ୍ୟବସ୍ଥା ହୋଇଛି । ଏଥିସହ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଯେଉଁ ଦାୟିତ୍ବ ଦିଆଯାଉଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଯେଉଁ ଦାୟିତ୍ବ ଦିଆଯାଉଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଅତିରିକ୍ତ ଏସ ପି ମିହିର ପ୍ରସାଦ ପଣ୍ଡା, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ,ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଏପିଡି ରଶ୍ମି ରେଖା ଦାସଙ୍କ ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details