ଓଡିଶା

odisha

By ETV Bharat Odisha Team

Published : Oct 13, 2023, 8:36 PM IST

ETV Bharat / state

ହବିଷ୍ୟାଳୀଙ୍କୁ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ

ଚଳିତ ମାସ 29 ତାରିଖରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ। ଏକ ମାସ ଧରି ପୁରୀରେ ହବିଷ୍ୟାଳିଙ୍କ ରାଈଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ ପୁରୀରେ ଅନୁଷ୍ଠିତ ହେବ। ଏନେଇ ହବିଷ୍ୟାଳୀଙ୍କ ସୁବିଧା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ପୁରୀର ସର୍କିଟ ହାଉସ ଠାରେ ଅନୁଷ୍ଠିତ କରାଯାଇଥିଲା।

ହବିଷ୍ୟାଳୀଙ୍କୁ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ
ହବିଷ୍ୟାଳୀଙ୍କୁ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ

ହବିଷ୍ୟାଳୀଙ୍କୁ ସୁବିଧା ଯୋଗାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ

ପୁରୀ: ଚଳିତ ମାସ 29 ତାରିଖରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ମାସ । ଏକ ମାସ ଧରି ପୁରୀରେ ହବିଷ୍ୟାଳିଙ୍କ ରାଈଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ ପୁରୀରେ ଅନୁଷ୍ଠିତ ହେବ । ହବିଷ୍ୟାଳୀ ମାଆମାନେ ୫ଟି ହବିଷ୍ୟାଳୀ ନିବାସରେ ରହି ବ୍ରତ ପାଳନ କରିବେ । ଏନେଇ ହବିଷ୍ୟାଳୀଙ୍କ ସୁବିଧା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ପୁରୀର ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି ।

ତେବେ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରି ପୁରୀରେ ହବିଷ୍ୟାଳୀଙ୍କ ରହଣି ସମୟରେ ଯେପରି ସେମାନଙ୍କର କୌଣସି ଅସୁବିଧା ବା ସମସ୍ୟା ନହୁଏ ସେଥିପ୍ରତି ଧ୍ୟାନ ଦେବା ପାଇଁ ଦାୟିତ୍ବରେ ଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ମାଆମାନଙ୍କର ସୁବିଧା ରହଣି ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଶ୍ରୀଜିଉଙ୍କୁ ଦର୍ଶନ କରିବା, ମହାପ୍ରସାଦ ସେବନ କରିବା, ସନ୍ଧ୍ୟାରେ ଭଜନ ପ୍ରବଚନ ଇତ୍ୟାଦିର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ହବିଷ୍ୟାଳୀ କ୍ୟାମ୍ପରେ ନବୀନ ସ୍ତୁତି: ଘେରିଲା ବିଜେପି, ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟରେ ଅଛନ୍ତି କହିଲା ବିଜେଡି

ଗତବର୍ଷର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବାକୁ ବର୍ମା ମତ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା କରିବା ସହ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ । ପ୍ରାୟ ୩ ହଜାର ହବିଷ୍ୟାଳୀ ମାଆମାନଙ୍କୁ ଚଳିତ ବର୍ଷ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ସମସ୍ତ ରହଣି ସ୍ଥଳକୁ ପ୍ରସ୍ତୁତ କରାଯାଉଛି ।

ସେହିପରି ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା, ଅନ୍ତେବାସୀ ମାଆମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସହାୟକ ସ୍ୱଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ, ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ମହାପ୍ରସାଦ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବା ସହ ବିଭାଗୀୟ ଅଧିକାରୀମାନେ ଏହାର ସୁବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଜିଲ୍ଲାର ସବୁ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଛତିଶା ନିଯୋଗ ବୈଠକ: ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ, କାର୍ତ୍ତିକ ମାସରେ ଆସିବେନି ହବିଷ୍ୟାଳୀ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details