ଓଡିଶା

odisha

By

Published : May 16, 2021, 3:57 PM IST

ETV Bharat / state

ପୁରୀରେ ବିସ୍ଥାପିତଙ୍କ ଥଇଥାନ ଆରମ୍ଭ କଲା ଜିଲ୍ଲା ପ୍ରଶାସନ

ପୁରୀକୁ ହେରିଟେଜ ସିଟି ଭାବେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ । ଉଚ୍ଛେଦ ପରିବାରଙ୍କୁ ଥଇଥାନ କରୁଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ପୁରୀରେ ବିସ୍ଥାପିତଙ୍କୁ ଥଇଥାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ
ପୁରୀରେ ବିସ୍ଥାପିତଙ୍କୁ ଥଇଥାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ

ପୁରୀ: ଜିଲ୍ଲାକୁ ହେରିଟେଜ ସିଟି ଭାବେ ପରିଣତ କରିବା ପାଇଁ କାର୍ଯ୍ୟ ଚାଲୁ ରହିଛି । ଏହିକ୍ରମରେ ଉଚ୍ଛେଦ ହୋଇଥିବା ପରିବାରଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ କରୁଛି ।

ପୁରୀରେ ବିସ୍ଥାପିତଙ୍କୁ ଥଇଥାନ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ

ଜଗନ୍ନାଥ ବହ୍ଲବ ପରିସରରେ ଥିବା 59 ଜଣ ବିସ୍ଥାପିତଙ୍କୁ ସେହି ସ୍ଥାନରେ ଜାଗା ଦିଆଯାଇ ଥଇଥାନ କରାଯାଇଛି । ଶ୍ରୀସେତୁ ଓ ଜଗନ୍ନାଥ ବହ୍ଲବ ପାର୍କିଂର ନବୀକରଣ ପାଇଁ ଏହି ବିସ୍ଥାପିତଙ୍କୁ ଜମି ଦିଆଯାଇଛି । ସରକାରଙ୍କ ଥଇଥାନ ପ୍ୟାକେଜ ହିସାବରେ ସମସ୍ତ ବିସ୍ଥାପିତଙ୍କୁ ଥଇଥାନ କରାଯାଇ ଥିବା ଜିଲ୍ଲାପାଳ କହିଛନ୍ତି । ଘର କରିବା ପାଇଁ ପ୍ରତ୍ୟେକ ବିସ୍ଥାପିତ ପରିବାରଙ୍କୁ ଦେଢ଼ ଡିସିମିଲ ଜାଗା ଦିଆଯାଇଛି, ଯାହାକୁ ସ୍ୱାଗତ କରିଛନ୍ତି ବିସ୍ଥାପିତ । ଅକ୍ଷୟ ତୃତୀୟା ଅବସର ରେ ଭୂମି ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ରହିଥିଲେ ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details