ପୁରୀ: ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି । କଣାସ ବ୍ଲକରେ ଏବେବି କିଛି ଅଞ୍ଚଳରେ ବନ୍ୟା ଜଳ ରହିଛି । ତେବେ ଧୀରେ ଧୀରେ ଏହା ନିଷ୍କାସନ ହେଉଥିବା ବେଳେ ଦୁଇ ଦିନ ଭିତରେ ସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ସେହିପରି ପିପିଲି, ଡେଲାଙ୍ଗ, ଗୋପ, ନିମାପଡା ଆଦି ଅଞ୍ଚଳରେ ବନ୍ୟା ସ୍ଥିତି ସୁଧୁରିଛି । ବନ୍ୟା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଛି । ବିଶେଷ କରି ଧାନ, ପନିପରିବା ଚାଷ ବ୍ୟାପକ କ୍ଷତି ହୋଇଛି ।
ଏଣୁ ତୁରନ୍ତ ଚାଷୀଙ୍କ କ୍ଷତି ଆକଳନ କରାଯାଇ କ୍ଷତି ପୂରଣ ଦେବାକୁ ଚାଷୀ ଦାବି କରିଛନ୍ତି । ସେପଟେ କଣାସରେ ବନ୍ୟା ବିପନ୍ନଙ୍କୁ ଜିଲା ପ୍ରଶାସନ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି । ସେହିପରି ବନ୍ୟା ପୀଡିତଙ୍କୁ ସର୍ଭେ କରାଯାଇ ପରିବାର ପିଛା 50 କେଜି ଚାଉଳ ଓ 5 ଶହ ଟଙ୍କା ରାଜ୍ୟ ସରକାରଙ୍କ ଘୋଷଣା ପରେ ଦିଆଯାଉଛି । କଣାସ ବ୍ଲକର ପଣ୍ଡିଆକେରା ପଞ୍ଚାୟତ ବେଶି କ୍ଷତିଗ୍ରସ୍ତ ହୋଇ ଥିବା ବେଳେ ଉକ୍ତ ଅଞ୍ଚଳରେ ରିଲିଫ କାର୍ଯ୍ୟ ଚାଲୁ ରହିଛି ।