ଓଡିଶା

odisha

ଶାରୀରିକ ଭିନ୍ନକ୍ଷମଙ୍କୁ ବସ ରିହାତି ପାସ୍ ବଣ୍ଟନ

By

Published : Oct 4, 2021, 10:09 PM IST

ପୁରୀ ଜିଲ୍ଲାପାଳ ଶାରୀରିକ ଭିନ୍ନକ୍ଷମଙ୍କୁ ବଣ୍ଟନ କରିଛନ୍ତି ବସ ରିହାତି ପାସ । ଅଧିକ ପଢନ୍ତୁ...

physically challenged people in puri
ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ବସ ରିହାତି ପାସ୍ ବଣ୍ଟନ

ପୁରୀ: ଭିନ୍ନକ୍ଷମଙ୍କୁ ବଣ୍ଟନ କରାଗଲା ବସ ରିହାତି ପାସ। ସୋମବାର ପୁରୀ ଜିଲ୍ଲାପାଳ ଶାରୀରିକ ଭିନ୍ନକ୍ଷମଙ୍କୁ ବଣ୍ଟନ କରିଛନ୍ତି ବସ ରିହାତି ପାସ ।

ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ବସ ରିହାତି ପାସ୍ ବଣ୍ଟନ

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶାରୀରିକ ଭିନ୍ନକ୍ଷମଙ୍କୁ ବସ ରିହାତି ପାସ ବଣ୍ଟନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଜଣ ଶାରୀରିକ ଭିନ୍ନକ୍ଷମଙ୍କୁ ଏହି ପାସ ବଣ୍ଟନ କରାଯାଇଛି । ଶତକଡା ୬୦ ଭାଗରୁ ଭିନ୍ନକ୍ଷମ ଥିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ରିହାତି ସହ ତାଙ୍କ ସହ ସହାୟକ ଭାବେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଟିକେଟର ୫୦ ଭାଗ ଭଡା ଦେବାକୁ ପଡିବ ।

ସେହିଭଳି ୫୦ ଭାଗ ଭିନ୍ନକ୍ଷମ ଥିବା ବ୍ୟକ୍ତିଙ୍କୁ ଟିକେଟର ୫୦ ଭାଗ ଭଡା ଦେବାକୁ ପଡିବ । ବସରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ସହ ଯାତ୍ରା ସମୟରେ କଣ୍ଡକ୍ଟର ମାନେ ସହଯୋଗ କରିବାକୁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରିବାକୁ ଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ସାହୁ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details