ଓଡିଶା

odisha

ETV Bharat / state

ମେଗା ରୋଡ ଶୋରେ ଆଶ୍ରିତଙ୍କ ପାଇଁ ଭୋଟ ମାଗିଲେ ଧର୍ମେନ୍ଦ୍ର

ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ରୋଡ ଶୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ଅଧିକ ପଢନ୍ତୁ....

ମେଗା ରୋଡ ଶୋରେ ଆଶ୍ରୀତଙ୍କ ପାଇଁ ଭୋଟ ମାଗିଲେ ଧର୍ମେନ୍ଦ୍ର, ବିଜେପି ଆସିଲେ ବିକାଶ ହେବ
ମେଗା ରୋଡ ଶୋରେ ଆଶ୍ରୀତଙ୍କ ପାଇଁ ଭୋଟ ମାଗିଲେ ଧର୍ମେନ୍ଦ୍ର, ବିଜେପି ଆସିଲେ ବିକାଶ ହେବ

By

Published : Apr 13, 2021, 3:49 PM IST

Updated : Apr 13, 2021, 7:39 PM IST

ପିପିଲି: ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ସେ ଆଜି ପିପିଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନେରେ ରୋଡ ଶୋ କରି ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ଦଲର ଅନ୍ୟ ତାରକା ପ୍ରଚାରକମାନେ ମଧ୍ୟ ଆଜି ନିର୍ବାଚନ ପ୍ରଚାରରେ ସାମିଲ ଥିବା ନଜର ଆସିଛନ୍ତି । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଆଜି ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ମେଗା ରୋଡ ଶୋରେ ଆଶ୍ରିତଙ୍କ ପାଇଁ ଭୋଟ ମାଗିଲେ ଧର୍ମେନ୍ଦ୍ର

ସେ ଉତ୍ତରା ଛକରୁ ସାତଶଙ୍ଖ ପର୍ଯ୍ୟନ୍ତ ରୋଡ଼ ସୋ କରିଥିଲେ । ଖୋଲା ଜିପରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ବିଜେପି ବିଭିନ୍ନ ନେତା କର୍ମୀ ରୋଡ ସୋ ରେ ସାମିଲ ହୋଇଥିଲେ ।ବିଭିନ୍ନ ଛକରେ ଦଳୀୟ କର୍ମୀ ଓ ନେତା ଉଭୟ ଆଶ୍ରିତ ଓ ଧର୍ମେନ୍ଦ୍ରଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିଥିଲେ। ତେବେ ପିପିଲିରେ ଦୀର୍ଘ ବର୍ଷ ହେବ ଜଣେ ବ୍ୟକ୍ତିଙ୍କ ହାତ ମୁଠାରେ କ୍ଷମତା ଥିବାବେଳେ କୌଣସି ଆଖି ଦୃଶିଆ ବିକାଶ ହୋଇ ନଥିବା ଧର୍ମେନ୍ଦ୍ର କହିଛନ୍ତି।

ପିପିଲିରେ ସାମାନ୍ୟ ବସ ଷ୍ଟାଣ୍ଡ ଟିଏ ନ ଥିବାବେଳେ ଚାନ୍ଦୁଆ କାରିଗରଙ୍କୁ କିଛି ବି ସାହାଯ୍ୟ ଯୋଗାଇ ଦିଆଯାଇ ନାହିଁ। ଫଳରେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ପିଲିଲିର ଚାନ୍ଦୁଆ ଏବେ ବୁଡି ଯିବାକୁ ବସିଛି। ସେହିପରି ମହିଳାଙ୍କ ରୋଜଗାର ପାଇଁ ଶାସକ ଦଳ କୌଣସି ଯୋଜନା କରିନାହାନ୍ତି। ମହାତ୍ମା ଗାନ୍ଧୀ 1938 ମସିହାରେ ଡେଲାଙ୍ଗର ବେରବୋଇଆସି ଅବସ୍ଥାନ କରି ଅହିଂସା ବାର୍ତ୍ତା ପ୍ରଚାର କରିଥିଲେ। ହେଲେ ଦୁର୍ଭାଗ୍ୟ ର ବିଷୟ ସେ ପବିତ୍ର ମାଟିରେ ଆଜି କିଛି ମୁଷ୍ଟିମେୟ ଲୋକଙ୍କ ଯୋଗୁ ଗୁଣ୍ଡାରାଜ , ମାରପିଟ ଓ ହିଂସା କାଣ୍ଡ ହୋଇ ଅଶାନ୍ତ ହୋଇପଡିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆଜିର ରୋଡ ଶୋରେ ଧର୍ମେନ୍ଦ୍ର ପ୍ରଧାନ ପ୍ରାଧାନମନ୍ତ୍ରୀଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ’ର ନାରାକୁ ଦୋହରାଇଛନ୍ତି । ଏହି ମନ୍ତ୍ରରେ ବିଭିନ୍ନ ଯୋଜନା କେନ୍ଦ୍ରର ମୋଦି ସରକାର ପ୍ରସ୍ତୁତ କରିଛନ୍ତି । ତେବେ ପିପିଲିବାସୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ମହତ୍ତ୍ବାକାଂକ୍ଷୀ ପରିକଳ୍ପନାର ଲାଭ ପାଆନ୍ତୁ। ପିପିଲିରେ ବିଜେପି ଆସିଲେ ହିଁ ବିକାଶ ହୋଇ ପାରିବା ନେଇ କହିଛନ୍ତି ଧର୍ମେନ୍ଦ୍ର ।

ତେଣୁ ଏହି ନିର୍ବାଚନରେ ପିପିଲିବାସୀ ଏହାକୁ ହିଁ ଦୃଷ୍ଚିରେ ରଖି ନିଷ୍ପତ୍ତି ନିଅନ୍ତୁ ଓ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି ନିବେଦନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ରୋଡ ଶୋ ବେଳେ ପିପିଲିରେ ବିଶାଳ ଜନସମାଗମ ଦେଖିବାକୁ ମିଳିଥିଲା । ତେବେ ଏହି ରୋଡ ଶୋ ପିପିଲିରେ ପରିବର୍ତ୍ତନର ସଂକେତ ଦେଉଛି ବୋଲି ଟ୍ବିଟ କରି କହିଛନ୍ତି ଧର୍ମେନ୍ଦ୍ର ।ଏଣୁ ଏଥର ପିପିଲି ନିର୍ବାଚନ ମଣ୍ଡଳୀ ବାସୀ ଏହାର ଉପଯୁକ୍ତ ଜବାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସନମାନ ଦେଇ ବିଜେପିକୁ ଜିତାଇବେ ବୋଲି ଧର୍ମେନ୍ଦ୍ର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଫେସବୁକରେ ମତ ରଖିଛନ୍ତି। ସେହିପରି ଧର୍ମେନ୍ଦ୍ର ପିପିଲିରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ଡିଜିଙ୍କ ସହ ମଧ୍ୟ ନିଜେ କଥା ହୋଇଥିବା ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି । ଧର୍ମେନ୍ଦ୍ର ପିପିଲି ଅଭିମୁଖେ ବାହାରିବା ପରେ ଭୁବନେଶ୍ବେରର ସାମନ୍ତରରାପୁର ଛକରେ ତାଙ୍କୁ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ କରିଥିଲେ । ପୁରୀ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତାମାନେ ତାଙ୍କୁ ସ୍ବାଗତ କରିବା ସହ ପିପିଲି ଅଭିମୁଖେ ପାଛୋଟି ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 13, 2021, 7:39 PM IST

ABOUT THE AUTHOR

...view details