ଓଡିଶା

odisha

By

Published : Dec 16, 2022, 11:13 AM IST

ETV Bharat / state

ଧନୁ ସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ସ୍ବତନ୍ତ୍ର ଚୁଲିରେ ରନ୍ଧା ହୁଏ ପହିଲି ଭୋଗ

ପବିତ୍ର ଧନୁ ସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଏଥି ମଧ୍ୟରୁ ପହିଲି ଭୋଗ ନୀତି ଅନ୍ୟତମ । ଜାଣନ୍ତୁ ଏହି ନୀତି ବିଷୟରେ । ଅଧିକ ପଢନ୍ତୁ

ପବିତ୍ର ଧନୁ ସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
ପବିତ୍ର ଧନୁ ସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଧନୁ ସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

ପୁରୀ:ପବିତ୍ର ଧନୁ ସଂକ୍ରାନ୍ତି ତିଥିରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଶ୍ରୀଜିଉଙ୍କ ସ୍ବତନ୍ତ୍ର ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଛି । ପହିଲି ଭୋଗରେ ବିରି, ଗହମଚୁନା, ଘୃତ ପାଗ ହୋଇଥିବା ପିଠା ଓ ଧନୁମୁଆଁ ଲାଗି ହୋଇଛି । ଗୋପାଳବଲ୍ଲଭ ପରେ ପହିଲି ଭୋଗ ସମ୍ପର୍ଣ୍ଣ ହୋଇଛି । ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ବ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ବତନ୍ତ୍ର ସ୍ଥାନ ରହିଛି । ପୁରାଣ କଥା ବସ୍ତୁ ଅନୁଯାୟୀ ପୌଷ ମାସରେ ମା' ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ଶ୍ରୀମନ୍ଦିରରେ ମା' ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା' ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ପୌଷପୁର୍ଣ୍ଣିମା ଠାରୁ ମକର ସଂକ୍ରାନ୍ତି ଯାଏଁ ପହିଲି ଭୋଗ ପ୍ରସ୍ତୁତ କରାଯାଏ । ପହିଲି ଭୋଗ ମହାପ୍ରଭୁଙ୍କର ଆଦ୍ୟ ଭୋଗ ହୋଇଥିବାରୁ ଏହାକୁ ବଡ଼ି ଭୋରୁ ଲାଗି କରାଯାଏ । ବିରି, ଗହମରେ ପ୍ରସ୍ତୁତ 28 ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି ହୋଇଥାଏ । ପହିଲି ଭୋଗରେ ମୁଖ୍ୟତଃ ବଡ଼ଝିଲି, ଅମାଲୁ, ଗଇଣ୍ଠା, ମଣ୍ତା, ଆରିସା, କାକରା ଓ ବଡ଼ି ଆଦି ଭୋଗ କରାଯାଇଥାଏ । ପହିଲି ଭୋଗ ସମୟରେ ଦିବା ପହୁଡ଼ କରାଯିବାର ନୀତି ମଧ୍ୟ ରହିଛି ।

ଏହା ବି ପଢନ୍ତୁ...ପୁରୀ ସହରରେ ଭୁଷୁଡି ପଡ଼ିଛି ବିଦ୍ୟୁତ ସେବା, ଶୁଣୁନି ଟାଟା ପାୱାର

କୋଠଭୋଗ ରୋଷଘରେ ନୂଆ ଚୁଲି ତିଆରି ହୋଇଛି । ମହାସୁଆରମାନେ ଏହାକୁ ତିଆରି କରିଛନ୍ତି । ସ୍ବତନ୍ତ୍ର ଚୁଲିରେ ଏହି ପହିଲି ଭୋଗ ଅନୁଷ୍ଠିତ ହୋଇଥାଏ । ପହିଲି ଭୋଗ ବିବିଧମାନ ପାଇଁ ପାଳିଆ ସେବକମାନେ ତତ୍ପର ହୋଇଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରିଛି । ଏହି ପହିଲି ଭୋଗରେ ମା ହାତରନ୍ଧା ଖାଆନ୍ତି କାଳିଆ ସାଆନ୍ତେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details