ଓଡିଶା

odisha

ETV Bharat / state

ପୁରୀରେ ପୋଲିସ ଡିଜିଙ୍କ ଆଇନ ଶୃଙ୍ଖଳା ସମୀକ୍ଷା

ପୁରୀରେ ଆଇନଶୃଙ୍ଖଳା ସମୀକ୍ଷା କରିଛନ୍ତି ନୂଆ ଡିଜିପି ବିଜୟ କୁମାର ଶର୍ମା । ମୋ ସରକାର କାର୍ଯ୍ୟକ୍ରମର ପ୍ରସ୍ତୁତି ପର୍ବ ମଧ୍ୟ ସମୀକ୍ଷା କରିଥିଲେ ଡିଜିପି ।

By

Published : Sep 1, 2019, 4:49 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆକ୍ସନ ମୋଡରେ ପୋଲିସ ଡିଜି । ନୂତନ ଭାବେ ଡିଜିପି ଦାୟିତ୍ବ ନେଇଥିବା ବିଜୟ କୁମାର ଶର୍ମା ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ନେଇ ପୁରୀ ଗସ୍ତ କରିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ରାଞ୍ଚଳ ଡ଼ିଆଇଜି, ପୁରୀ ଏସପିଙ୍କ ସମେତ ପୁରୀ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଯୋଗ ଦେଇଥିଲେ ।

ବିଶେଷ କରି ପୁରୀ ଜିଲ୍ଲାରେ କେଉଁ ଅପରାଧ ଅଧିକ ଘଟୁଛି, ଥାନା ସ୍ତରରେ କେତେ କେସ୍ ପଡି ରହିଛି, କୋର୍ଟରେ କିଭଳି ଅଭିଯୋଗକୁ ନେଇ ଚାର୍ଜସିଟ ଦାଖଲ ହେଉଛି, ପୋଲିସ ଅଭିଯୋଗର ତଦନ୍ତରେ କେତେ ସଫଳତା ହାସଲ କରିଛି । ଏସବୁ ନେଇ ଡିଜି ସମୀକ୍ଷା କରିଥିଲେ । ସେହିପରି ଅକ୍ଟୋବର 2 ତାରିଖରୁ ମୋ ସରକାର କାର୍ଯ୍ୟକ୍ରମର ପ୍ରସ୍ତୁତି ପର୍ବର ମଧ୍ୟ ସେ ତଦାରଖ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମୋ ସରକାର ମାଧ୍ୟମରେ ଲୋକଙ୍କ ଠାରୁ ଥାନା ଅଧିକାରୀଙ୍କ ବ୍ୟବହାର ବିଷୟରେ ମତାମତ ନିଆଯିବ । ଅଭିଯୋଗ କରିବାକୁ ଯାଇଥିବା ବ୍ୟକ୍ତି ଥାନାରେ କିଭଳି ବ୍ୟବହାର ପାଇଲେ, ତାଙ୍କ ଅନୁଭୂତି, କେତେ ସମୟରେ ଏଫଆଇଆର ପ୍ରସ୍ତୁତ ହୋଇଛି ସେ ବାବଦରେ ବ୍ୟକ୍ତିଙ୍କୁ ପଚରାଯିବ ।

ରାଜ୍ୟ ସରକାର ଏଥିପାଇଁ ଜିଲ୍ଲା ସ୍ତରରେ ଓ ରାଜ୍ୟସ୍ତରୀୟ ଏକ କଲ ସେଣ୍ଟର ପ୍ରତିଷ୍ଠା କରିବେ । ସେଠାରେ ପ୍ରତିଦିନ ଅଭିଯୋଗ କରିବାକୁ କିଛି ବ୍ୟକ୍ତିଙ୍କୁ ଫୋନ କରାଯାଇ ସବୁଦିନ ବିଭିନ୍ନ ଥାନାର ଫିଡବ୍ୟାକ ନିଆଯିବ । ବିଶେଷ କରି ସାଧାରଣ ଲୋକଙ୍କୁ ଉତ୍ତମ
ପୋଲିସ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ନିଆରା ଯୋଜନା ଆଣିଥିବା ପୋଲିସ ଡିଜି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details