ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ନୂଆ SOP ଜାରି: ଆସନ୍ତା 15 ଯାଏଁ ଜଗା ଦର୍ଶନ ବନ୍ଦ

ପୁଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ଆସନ୍ତା 15 ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିର । ଅଳ୍ପ ସେବାୟତଙ୍କୁ ନେଇ ଚାଲୁରହିବ ନୀତିକାନ୍ତି । ଅଧିକ ପଢନ୍ତୁ....

ଶ୍ରୀମନ୍ଦିରରେ ନୂଆ SOP ଜାରି: ଆସନ୍ତା 15 ଯାଏଁ ଜଗା ଦର୍ଶନ ବନ୍ଦ
ଶ୍ରୀମନ୍ଦିରରେ ନୂଆ SOP ଜାରି: ଆସନ୍ତା 15 ଯାଏଁ ଜଗା ଦର୍ଶନ ବନ୍ଦ

By

Published : Apr 24, 2021, 3:34 PM IST

Updated : Apr 24, 2021, 4:15 PM IST

ପୁରୀ: ପୁଣି ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଆସନ୍ତା 21 ଦିନ ଅର୍ଥାତ ମେ' 15 ପର୍ଯ୍ୟନ୍ତ ବନ୍ଦ ରହିବ ଜଗା ଦର୍ଶନ । କୋରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ଏପରି ନିଷ୍ପତ୍ତି ।

ଶ୍ରୀମନ୍ଦିରରେ ନୂଆ SOP ଜାରି: ଆସନ୍ତା 15 ଯାଏଁ ଜଗା ଦର୍ଶନ ବନ୍ଦ

ସୂଚନା ଅନୁଯାୟୀ ଆଜି(ଶନିବାର) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ବୈଠକ ବସିଥିଲା । ଶ୍ରୀମନ୍ଦିରର ଛତିସା ନିଯୋଗର ସେବାୟତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ତେବେ ବୈଠକ ପରେ ଶ୍ରୀମନ୍ଦିରରେ ନୂଆ ଏସଓପି ଜାରି କରାଯାଇଛି । ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି ପୂର୍ବବର୍ଷ ଭଳି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ମେ 15 ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ । ସବୁ ସେବାୟତ ନିଯୋଗଙ୍କ ପ୍ରସ୍ତାବ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସେବାୟତଙ୍କୁ ଆର୍ଥିକ ସହାୟତା ନେଇ ଦାବି ମଧ୍ୟ ଉଠିଛି । ତେବେ ନିଷ୍ପତ୍ତି ଅନୁଯାୟୀ ସେବାୟତ ପରିବାର ଲୋକଙ୍କ ହେଲଥ ସ୍କ୍ରିନିଂ ହେବ । ସେହିପରି କୋଭିଡ ଆକ୍ରାନ୍ତ ସେବାୟତଙ୍କ ଚିକିତ୍ସା ପାଇଁ ଅଧିକ କୋଭିଡ କେୟାର ସେଣ୍ଟର ଖୋଲାଯିବ ।

ଶ୍ରୀମନ୍ଦିରରେ ଦୈନିକ ନୀତିକାନ୍ତି କରୁଥିବା ସେବାୟତଙ୍କୁ କୋଭିଡ ଟିକା ଦିଆଯିବ । ସେହିପରି ରଥଯାତ୍ରା, ସ୍ନାନଯାତ୍ରା ଓ ଚନ୍ଦନ ଯାତ୍ରାରେ ସମ୍ପୃକ୍ତ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଗଣାରେ ମାସ୍କ, ସାନିଟାଇଜର ଯୋଗାଇ ଦିଆଯିବ । ଆଗକୁ ରଥଯାତ୍ରା ଥିବାରୁ ଏହି ସତର୍କତା ବ୍ୟବସ୍ଥା ହୋଇଛି । ପୁଣି ଅସନ୍ତା ମାସ 6 ତାରିଖରେ ଆଉ ଏକ ସମୀକ୍ଷା ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଛି ।



ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 24, 2021, 4:15 PM IST

ABOUT THE AUTHOR

...view details