ପୁରୀ: ବିଧାନସଭାରେ ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନାର ସଂକଳ୍ପ ସର୍ବସମ୍ମତ ଭାବେ ଗୃହୀତ ହୋଇଛି । ତେବେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୀଳାଦ୍ରି ଭକ୍ତ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଏଥିରେ ଶ୍ରୀମନ୍ଦିରର ସମସ୍ତ ନିଯୋଗ ସେବାୟତଙ୍କ ସମେତ ଜିଲ୍ଲାପାଳ ଉପସ୍ଥିତ ଥିଲେ ।
ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପକୁ ସ୍ୱାଗତ କଲେ ସେବାୟତ - circular scheme plan in puri
ବିଧାନସଭାରେ ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନାର ସଂକଳ୍ପ ସର୍ବ ସମ୍ମତ ଭାବେ ଗୃହୀତ ହୋଇଛି । ତେବେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୀଳାଦ୍ରି ଭକ୍ତ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଅଧିକ ପଢନ୍ତୁ...
ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପକୁ ସ୍ୱାଗତ କଲେ ସେବାୟତ
ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପକୁ ସ୍ୱାଗତ କଲେ ସେବାୟତ
ତେବେ ବିଧାନସଭା ସର୍ବସମ୍ମତି ଭାବେ ଶ୍ରୀମନ୍ଦିର ଐତିହ କରିଡର ଯୋଜନା ଗୃହୀତ ପରେ ସେବାୟତ ମାନେ ଖୁସି ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସାରା ବିଶ୍ୱରେ ଏହି ପ୍ରକଳ୍ପ ପରେ ନିଶ୍ଚିତ ପୁରୀର ଆହୁରି ଗୌରବ ବଢିବ । ପୁରୀ ବାସୀନ୍ଦା ଏହି ଯୋଜନାକୁ ସହଯୋଗ କରିଛନ୍ତି, ଏହା ନିଶ୍ଚିତ ସଫଳ ହେବ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ଦୃତ ଗତିରେ ସମାପନ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 27, 2021, 5:07 PM IST