ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ କୋରୋନା କଟକଣାକୁ ଶ୍ରଦ୍ଧାଳୁଙ୍କ ସ୍ବାଗତ - corona news

କୋରୋନା ପାଇଁ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ଉପରେ ଲାଗିଛି କଟକଣା । ଶୀଘ୍ର କୋରୋନା ମହାମାରୀକୁ ବିଶ୍ବରୁ ବିଲୋପ କରି ବିଶ୍ବବାସୀଙ୍କୁ ସଙ୍କଟରୁ ଉଦ୍ଧାର କରିବାକୁ ଭକ୍ତ ମାନେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି। ଅଧିକ ପଢନ୍ତୁ...

puri latest news, corona restriction in puri, corona virus update, corona virus news, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀ କୋରୋନା ପାଇଁ ସତର୍କତା
ଶ୍ରୀମନ୍ଦିର କୋରୋନା କଟକଣାକୁ ଭକ୍ତଙ୍କ ସ୍ବାଗତ

By

Published : Mar 21, 2020, 10:08 PM IST

ପୁରୀ: ସହରର ରହିଛି ସ୍ବତନ୍ତ୍ର ପରମ୍ପରା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ସବୁ କିଛି କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ। ପ୍ରତ୍ୟେକ ଶ୍ରୀକ୍ଷେତ୍ର ବାସିନ୍ଦା ବିବାହ ଅଥବା ବ୍ରତ ଉତ୍ସବ ହେଲେ ମହାପ୍ରଭୁଙ୍କୁ ପ୍ରଥମେ ନିମନ୍ତ୍ରଣ କରିଥାନ୍ତି।

ଶ୍ରୀମନ୍ଦିର କୋରୋନା କଟକଣାକୁ ଭକ୍ତଙ୍କ ସ୍ବାଗତ

ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବା ଟିକେ ଭିନ୍ନ ଧରଣର। ସରା, ଅରୁଆ ଚାଉଳ, ଗୁଆ, ନଡ଼ିଆ ସମେତ ଛପା ଯାଇଥିବା ନିମନ୍ତ୍ରଣ ପତ୍ର ପ୍ରଭୁ ଜଗନ୍ନାଥଙ୍କୁ ଦିଆଯାଏ। ଶ୍ରୀମନ୍ଦିରକୁ ଯାଇ ପ୍ରତ୍ୟେକ ଭକ୍ତ ସେବାୟତଙ୍କୁ ସମସ୍ତ ସାମଗ୍ରୀ ଦେବା ପରେ ମହାପ୍ରଭୁଙ୍କ ନିକଟରେ ରଖାଯାଇ ନିମନ୍ତ୍ରଣ ପତ୍ର ପଢାଯାଏ। ତେବେ କରୋନା ସତର୍କତା ଓ କଟକଣା ପରେ ଭକ୍ତଟିଏ ଶ୍ରୀମନ୍ଦିର ପ୍ରବେଶ କରି ପାରୁନାହିଁ।

ସିଂହଦ୍ବାର ସମ୍ମୁଖରେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ସମସ୍ତ ସାମଗ୍ରୀ ସେବାୟତଙ୍କ ହାତକୁ ଏବେ ଟେକି ଦେଉଛନ୍ତି। ଜଗନ୍ନାଥଙ୍କ ଦର୍ଶନ ନ ପାଇ ବେଶ ଦୁଃଖ ପ୍ରକଟ କରୁଛନ୍ତି ଭକ୍ତ। ଶୀଘ୍ର କୋରୋନା ମହାମାରୀକୁ ବିଶ୍ବରୁ ବିଲୋପ କରି ବିଶ୍ବବାସୀଙ୍କୁ ସଙ୍କଟରୁ ଉଦ୍ଧାର କରି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଭକ୍ତ ମାନେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି।

ଅନ୍ୟପଟେ ସୁଦୁର ଛତିଶଗଡରୁ ଆସିଥିବା ଭକ୍ତ ମଧ୍ୟ ନିରାଶ। ଶ୍ରୀମନ୍ଦିର ସମ୍ମୁଖରେ ଠିଆ ହୋଇଥିଲେ ବି ଜଗା ଦର୍ଶନ କରି ପାରୁନାହାନ୍ତି। ତେବେ କୋରୋନାକୁ ନେଇ ପ୍ରଶାସନର ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଏହାଦ୍ବାର ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ। ତେବେ ମନରେ ଭକ୍ତି ରଖି ମହାପ୍ରଭୁଙ୍କୁ ବଡ ଦାଣ୍ଡରେ ମୁଣ୍ଡିଆ ମାରି କୋରୋନା କବଳରୁ ମୁକ୍ତି କରିବା ନେଇ ଭକ୍ତ ପ୍ରାର୍ଥନା କରି ଫେରୁଥିବା କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details