ପୁରୀ:ଆଜି (ସୋମବାର) ଶ୍ରାବଣ ମାସର ପ୍ରଥମ ସୋମବାର । ଶିବ ଭକ୍ତଙ୍କ ପାଇଁ ବଡ଼ ପବିତ୍ର ଦିନ । ଦୀର୍ଘ ଦୁଇବର୍ଷ ପରେ ପୁରୀର ପ୍ରଭୁ ଲୋକନାଥଙ୍କ ପୀଠରେ ଜଳାଭିଷେକ କରିଛନ୍ତି କାଉଡ଼ିଆ । ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଲୋକନାଥ ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଚଳଚଞ୍ଚଳ ଲୋକନାଥ ପୀଠ: ପ୍ରଥମ ସୋମବାରରେ ଜଳଲାଗି କଲେ 15 ହଜାର କାଉଡ଼ିଆ - ଚଳଚଞ୍ଚଳ ପୁରୀ ଲୋକନାଥ ପୀଠ
ଆଜି (ସୋମବାର) ଶ୍ରାବଣ ମାସର ପ୍ରଥମ ସୋମବାର । ଦୀର୍ଘ ଦୁଇବର୍ଷ ପରେ ପୁରୀର ପ୍ରଭୁ ଲୋକନାଥଙ୍କ ପୀଠରେ ଜଳାଭିଷେକ କରିଛନ୍ତି କାଉଡ଼ିଆ । ପାଖାପାଖି 15 ହଜାର କାଉଡିଆ ବାବା ଲୋକନାଥଙ୍କୁ ଜଳାଭିଷେକ କରିଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ
ପ୍ରଥମ ସୋମବାର ପ୍ରାୟ 15 ହଜାର କାଉଡ଼ିଆ ପ୍ରଭୁ ଲୋକନାଥଙ୍କୁ ଜଳଲାଗି କରିଛନ୍ତି । ବିଳମ୍ବିତ ରାତି ୧୨ଟାରୁ ଜଳାଭିଷେକ ଆରମ୍ଭ ହୋଇଥିଲା । ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ରେ ପାର୍ବତୀ ସାଗର ପଛପଟ ଦେଇ କାଉଡ଼ିଆମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। 'ବୋଲବମ୍ ହରହର ବମ୍' ଶଦ୍ଦରେ କମ୍ପି ଉଠୁଥିଲା ପୁରା ପରିବେଶ । ଭକ୍ତଙ୍କ ସୁବିଧା ଦର୍ଶନ ଓ ଜଳଲାଗି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଥିଲା । ସୁରକ୍ଷା ଓ ଶୃଙ୍ଖଳା ଦୃଷ୍ଟିରୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କୋରୋନା କଟକଣା କୋହଳ ପରେ ଭଗବାନଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁମାନେ ସାନିଧ୍ୟ ଲାଭ କରିଛନ୍ତି ।
ଇଟିଭି ଭାରତ, ପୁରୀ