ଓଡିଶା

odisha

ETV Bharat / state

Samba Dashami: ଚନ୍ଦ୍ରଭାଗାରେ ପହିଲି ସୂର୍ଯ୍ୟୋଦୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ - ଶାମ୍ବ ଦଶମୀ ସୂର୍ଯ୍ୟପୂଜା

ଆଜି ନୂଆ ବର୍ଷ ସହିତ ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ ବର୍ଷର ପହିଲି ସୂର୍ଯ୍ୟୋଦୟ ଦେଖିବାକୁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି (devotees offer prayers Chandrabhaga )। ଅଧିକ ପଢନ୍ତୁ

devotees offer prayers Chandrabhaga
ଶାମ୍ବ ଦଶମୀରେ ଚନ୍ଦ୍ରଭାଗାରେ ପହିଲି ସୂର୍ଯ୍ୟୋଦୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ

By

Published : Jan 1, 2023, 1:19 PM IST

ଶାମ୍ବ ଦଶମୀରେ ଚନ୍ଦ୍ରଭାଗାରେ ପହିଲି ସୂର୍ଯ୍ୟୋଦୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ନବବର୍ଷ ସାଙ୍ଗକୁ ଆଜି ନୂଆବର୍ଷ । ନବବର୍ଷର ଆଗମନକୁ ନେଇ ସବୁଠି ଉତ୍ସବର ମାହୋଲ । ନୂଆବର୍ଷରେ ପହିଲି ସୂର୍ଯ୍ୟୋଦୟ ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପବିତ୍ର ଶାମ୍ବ ଦଶମୀ ପାଇଁ ବେଳାଭୂମିରେ ସାମୁହିକ ସୂର୍ଯ୍ୟ ପୂଜା ମଧ୍ୟ କରିଛନ୍ତି ଶ୍ରଦ୍ଧାଳୁ ( devotees Surya Puja on Samba Dashami ) ।

ସକଳ ଶକ୍ତିର ଆଧାର ସୂର୍ଯ୍ୟ । ପବିତ୍ର ଶାମ୍ଵ ଦଶମୀ ତିଥିରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ । ଶାମ୍ବ ଦଶମୀରେ ପ୍ରଭୁ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କଲେ ରୋଗ, ଶୋକ ଦୂର ହେବା ସହ ପାରିବାରର ମଙ୍ଗଳ ହୋଇଥାଏ । ଏଣୁ ଆଜି ଦିନରେ ମାଆ ମାନେ ନିଜ ପିଲାର ମଙ୍ଗଳ ପାଇଁ ପ୍ରଭୁ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରନ୍ତି । କୋଣାର୍କ ଚନ୍ଦ୍ରଭାଗା ବେଳା ଭୂମିରେ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ ।

ପୌରାଣିକ କିମ୍ଵଦନ୍ତୀ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ଵ ଅଭିଶପ୍ତ ହୋଇ କୃଷ୍ଠ ରୋଗରେ ପୀଡିତ ହୋଇଥିଲେ । ପବିତ୍ର ଚନ୍ଦ୍ରଭାଗାରେ ବୁଡ ପକାଇବା ପରେ ରୋଗ ମୁକ୍ତ ହୋଇଥିବାର ବିଶ୍ଵାସ ରହିଛି । ସୂର୍ଯ୍ୟ ଦେବତାଙ୍କୁ ଆଜି ଘରେ ଘରେ ପୂଜା କରିଥାନ୍ତି ଶ୍ରଦ୍ଧାଳୁ । ଏଣୁ ନୂଆବର୍ଷରେ ପ୍ରଭୁ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ଚନ୍ଦ୍ରଭାଗା ବେଳଭୂମିରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଚନ୍ଦ୍ରଭାଗା ବେଳଭୂମିରେ ପହିଲି ସୂର୍ଯ୍ୟୋଦୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ନେଇ ପାରିବେନି ସେବାୟତ, ଆଜିଠୁ ଲାଗିଲା କଟକଣା

ସେପଟେ ପରମ୍ପରା ଅନୁସାରେ କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ହୋମ ଓ କଳସ ସ୍ଥାପନ ପରେ ସୂର୍ଯ୍ୟଙ୍କ ବିଗ୍ରହକୁ ରଥକୁ ଅଣାଯିବା ପରେ ରଥ ଉପରେ ବରା, କାକରା ଓ ପୋଡ ପିଠା ଲାଗି କରାଯିବ । ଅବଦୁତ ମଠରୁ ଏହି ରଥ ବାହାରି ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇ 27 ଦିନ ପର୍ଯ୍ୟନ୍ତ ସେଠାରେ ରହି ପୂଜାର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ଦିନ ପୁଣି ଥରେ ଅବଦୁତ ମଠକୁ ଫେରିବ ଏହି ରଥ । କୋଣାର୍କରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...New Year 2023: ମହାପ୍ରଭୁଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ, ଲୋକାରଣ୍ୟ ଶ୍ରୀକ୍ଷେତ୍ର

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details