ପୁରୀ:ଆସନ୍ତା ୧୨ ତାରିଖ ଦିନ ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ । ୧୫ ତାରିଖ ଦିନ ବଡ଼ ଏକାଦୋଶୀ । ଠାକୁର ଶ୍ରୀ ଗୋପାଳଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ ପ୍ରସିଦ୍ଧ ଚୁଡାଘସା ଭୋଗ ଅନୁଷ୍ଠିତ ହେବ । ତେବେ କୋଭିଡ କଟକଣା ହେତୁ ଉକ୍ତ ଦୁଇ ଦିନ ପୁରୀ ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳରେ 144 ଧାରା ଜାରି କରାଯିବ ।
ଲୋକଙ୍କ ଭିଡ଼କୁ ନଜରରେ ରଖାଯାଇ କୋଭିଡ କଟକଣା ହେତୁ 144 ଧାରା ଜାରି ହେବ । କେବଳ ସେବାୟତ ମାନେ ଠାକୁରଙ୍କ ନୀତିକାନ୍ତରେ ଉପସ୍ଥିତ ରହିବେ । ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳା ମଧ୍ୟରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ନିଷ୍ପତ୍ତି ହୋଇଛି ।