ଓଡିଶା

odisha

ETV Bharat / state

କାର୍ତ୍ତିକରେ ଜଗା ଦର୍ଶନ ପାଇଁ ଅସମ୍ଭାଳ ଭିଡ, ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଦାବି - ପୁରୀ

ଧର୍ମ ମାସ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ ପାଇଁ ଅସମ୍ଭବ ଭିଡ ହେଉଛି ଭକ୍ତଙ୍କ । ଯାହାକୁ ନେଇ ଶୃଙ୍ଖଳିତ ଦର୍ଶନ କରିବା ଅସମ୍ଭବ ହୋଇପଡୁଛି । ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭକ୍ତ ମହଲ ଦାବି କରିଛନ୍ତି। ଶ୍ରୀମନ୍ଦିର ବାହାରେ ଭକ୍ତଙ୍କୁ ଲାଇନରେ ବ୍ୟାରିକେଡ ଦ୍ବାରା ଛଡା ଯାଉଥିବା ବେଳେ ଶ୍ରୀମନ୍ଦିର ଭିତରେ ସେଭଳି କିଛି ବ୍ୟବସ୍ଥା ନଥିବାରୁ ଠେଲାପେଲା ହେଉଛି। ଅଧିକ ପଢନ୍ତୁ

କାର୍ତ୍ତିକରେ ଜଗା ଦର୍ଶନ ପାଇଁ ଅସମ୍ଭାଳ ଭିଡ, ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଦାବି
କାର୍ତ୍ତିକରେ ଜଗା ଦର୍ଶନ ପାଇଁ ଅସମ୍ଭାଳ ଭିଡ, ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଦାବି

By ETV Bharat Odisha Team

Published : Oct 31, 2023, 8:38 PM IST

କାର୍ତ୍ତିକରେ ଜଗା ଦର୍ଶନ ପାଇଁ ଅସମ୍ଭାଳ ଭିଡ, ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଦାବି

ପୁରୀ: ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ସକାଳୁ ରାତି ପର୍ଯ୍ୟନ୍ତ ବଡଦାଣ୍ଡରୁ ଆରମ୍ଭ କରି ଶ୍ରୀମନ୍ଦିର ଭକ୍ତଙ୍କ ବେଶ ଗହଳି ଦେଖିବାକୁ ମିଳୁଛି। କାର୍ତ୍ତିକ ବ୍ରତ କରିଥିବା ହବୀଶ୍ୟାଳି ମାନେ ସକାଳୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି। ହବୀଶ୍ୟାଳି ମାନେ ସକାଳୁ ତୀର୍ଥ ପୁଷ୍କରିଣୀ ରେ ସ୍ନାନ ପରେ ଚଉରା ମୂଳେ ରଙ୍ଗ ବେରଙ୍ଗର ମୁରୁଜରେ ମହାପ୍ରଭୁଙ୍କ ଚିତ୍ର ଆଙ୍କି ରାଇ ଦାମୋଦର ପୂଜା କରୁଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ସଂକଳ୍ପ ନେଇ ଏକ ମାସ ଯାଏ କାର୍ତ୍ତିକ ବ୍ରତ କରିବା ସହ ପୁରାଣ ଶ୍ରବଣ ସହ ମହାପ୍ରସାଦ ସେବନ କରି ଜଗନ୍ନାଥ ଦର୍ଶନ କରୁଛନ୍ତି। କାର୍ତ୍ତିକ ବ୍ରତ କରିଥିବା ହବୀଶ୍ୟାଳି ମାନେ ଶ୍ରୀକ୍ଷେତ୍ରରେ ରହି ନିଜ ପରିବାର ମଙ୍ଗଳ କାମନା କରିବା ସହ ଶେଷ ଜୀବନ ଭଲରେ ବିତୁ ବୋଲି ପ୍ରାର୍ଥନା କରୁଛନ୍ତି ।

ଅଧିକ ପଢନ୍ତୁ- Dress Code For Devotees: ହାପପ୍ୟାଣ୍ଟ ପିନ୍ଧି ଆସିଥିଲେ, ଆଜି ବି ଧୋତି ପିନ୍ଧାଇ ଦେଲେ

ସେବାୟତଙ୍କ କହିବା କଥା କାର୍ତ୍ତିକ ମାସ ଧର୍ମ ମାସ। ଯିଏ ଏକ ମାସ କାର୍ତ୍ତିକ ବ୍ରତ ପାଳନ କରି ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ ତାକୁ କୋଟି ପୁଣ୍ୟ ମିଳିଥାଏ। କାର୍ତ୍ତିକ ମା କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ନୀତି କରାଯାଉଅଛି। ମହାପ୍ରଭୁ ରାଧା ଦାମୋଦର ବେଶରେ କାର୍ତ୍ତିକ ମାସରେ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ କୃପାରୁ ସବୁ ଠିକ ଚାଲିଥିବା ବେଳେ ହବୀଶ୍ୟାଳି ମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ପ୍ରତିଦିନ ମହାପ୍ରସାଦ ପ୍ରଦାନ କରାଯାଉଛି।

ସେପଟେ ଓଡିଶା ବାହାରୁ ଆସୁଥିବା ଭକ୍ତ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ ଭାବ ବିହ୍ଵଳ ହେଉଛନ୍ତି। ହେଲେ ଧର୍ମ ମାସ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ ପାଇଁ ଅସମ୍ଭବ ଭିଡ ହେଉଛି ଭକ୍ତଙ୍କ । ଯାହାକୁ ନେଇ ଶୃଙ୍ଖଳିତ ଦର୍ଶନ କରିବା ଅସମ୍ଭବ ହୋଇପଡୁଛି । ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭକ୍ତ ମହଲ ଦାବି କରିଛନ୍ତି। ଶ୍ରୀମନ୍ଦିର ବାହାରେ ଭକ୍ତଙ୍କୁ ଲାଇନରେ ବ୍ୟାରିକେଡ ଦ୍ବାରା ଛଡା ଯାଉଥିବା ବେଳେ ଶ୍ରୀମନ୍ଦିର ଭିତରେ ସେଭଳି କିଛି ବ୍ୟବସ୍ଥା ନଥିବାରୁ ଠେଲାପେଲା ହେଉଛି। ଏପରି ସ୍ଥିତିରେ ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କୁ ନେଇ ମହାପ୍ରଭୁଙ୍କୁ ଦର୍ଶନ କରାଇବା ବେଶ କଷ୍ଟସାଧ୍ୟ ।

ଠେଲାପେଲାରେ କେହି ଯଦି ତଳେ ପଡିଯାଏ ଦଳା ଚକଟାରେ ମୃତ୍ୟୁ ହେବାର ଆଶଙ୍କାକୁ ଏଡାଇ ହେବ ନାହିଁ। ଭାରତରେ ଥିବା ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା ଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଏହି ବ୍ୟବସ୍ଥା ପ୍ରଚଳନ କରିବାକୁ ଭକ୍ତ ଦାବି କରିଛନ୍ତି। ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅଧିକ ପୋଲିସ ମୁତୟନ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ଭିଡ ନିୟନ୍ତ୍ରଣ ନ କରାଗଲେ ଆଗାମୀ ଦିନରେ ଅଘଟଣ ଘଟିବାର ଆଶଙ୍କା ରହିଥିବା ଭକ୍ତ ଆଶଙ୍କା କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details