ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଫଗୁ ଖେଳ: ଲୋକାରଣ୍ୟ ଶ୍ରୀକ୍ଷେତ୍ର - devotees celebrate fagu khela

ମହାପ୍ରଭୁ ତଥା ଚଳନ୍ତି ପ୍ରତିମା ଶ୍ରୀଦେବୀ, ଭୂଦେବୀ ଓ ପ୍ରଭୁ ଦୋଳ ଗୋବିନ୍ଦ ଦୋଳ ବେଦୀ କୋଣରେ ଦୋଳ କୁଞ୍ଜରେ ଝୁଲି ଝୁଲି ହୋଲି ଖେଳିଛନ୍ତି। ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ଫଗୁ ଖେଳ: ଶ୍ରୀକ୍ଷେତ୍ର ହେଲା ଲୋକାରଣ୍ୟ
ମହାପ୍ରଭୁଙ୍କ ଫଗୁ ଖେଳ: ଶ୍ରୀକ୍ଷେତ୍ର ହେଲା ଲୋକାରଣ୍ୟ

By

Published : Mar 9, 2020, 4:28 PM IST

ପୁରୀ: ଶ୍ରୀକ୍ଷେତ୍ରରେ ପବିତ୍ର ଦୋଳ ପୂର୍ଣ୍ଣମା ପାଳିତ ହୋଇଛି । ଏହି ଅଵସରରେ ମହାପ୍ରଭୁ ତଥା ଚଳନ୍ତି ପ୍ରତିମା ଶ୍ରୀଦେବୀ, ଭୂଦେବୀ ଓ ପ୍ରଭୁ ଦୋଳ ଗୋବିନ୍ଦ ଦୋଳ ବେଦୀ କୋଣରେ ଦୋଳ କୁଞ୍ଜରେ ଝୁଲି ଝୁଲି ହୋଲି ଖେଳିଛନ୍ତି।

ମହାପ୍ରଭୁଙ୍କ ଫଗୁ ଖେଳ: ଶ୍ରୀକ୍ଷେତ୍ର ହେଲା ଲୋକାରଣ୍ୟ

ହଜାର ହଜାର ଜଗନ୍ନାଥ ଭକ୍ତ ଠାକୁରଙ୍କ ଏହି ସୁନ୍ଦର ଲୀଳା ଦେଖିବା ସହ ଠାକୁରଙ୍କୁ ଫଗୁ ଲଗାଇଥିଲେ। ଏନେଇ ସୋମବାର ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶ ତଥା ରାଜାଧିରାଜ ବେଶରେ ଭକ୍ତଙ୍କୁ ରତ୍ନ ସିଂହାସନରେ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀମନ୍ଦିରେ ସୋମବାର ଭକ୍ତଙ୍କ ବେଶ ଭିଡ଼ ରହିଛି।

ଶ୍ରୀମନ୍ଦିରରେ ପାଳନ ହେଉଥିବା ଦ୍ଵାଦଶ ଯାତ୍ରା ମଧ୍ୟରୁ ଦୋଳ ଏକ ପ୍ରମୁଖ ଉତ୍ସବ। ପୂର୍ଣ୍ଣମା ଦିନ ଅର୍ଥାତ୍ ଦୋଳ ପୂର୍ଣ୍ଣିମାରେ ହୋଇଥାଏ ମହାପ୍ରଭୁଙ୍କ ସୁନାବେଶ। ଯାହାକୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣମା ନେଇ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ରାତ୍ର ପ୍ରାୟ 3ଟାରେ ଦ୍ବାର ଫିଟା ନୀତି ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ମଇମଲ, ତଡପଲାଗି ପରେ ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପ୍ରଭୃତି ନୀତି ହୋଇଛି।

ସର୍ବାଙ୍ଗ ନୀତି ପରେ ନୂଆ ବସ୍ତ୍ର ପିନ୍ଧି ମହାପ୍ରଭୁ ନାଭିକଟା ମଣ୍ଡପକୁ ବିଜେ କରିବେ। ଏହି ଅବସରରେ ଶ୍ରୀଜିଉ ପାଟବସ୍ତ୍ର ସହିତ ପ୍ରାୟ ୩୨ ପ୍ରକାରର ଅଳଙ୍କାର ପିନ୍ଧି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details