ଓଡିଶା

odisha

ETV Bharat / state

ଆଜି 4 ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ - Devotees cannot see lords in puri Temple

ମହାପ୍ରଭୁଙ୍କ ପଇତା ଲାଗି ନୀତି ପାଇଁ ସୋମବାର 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ସମ୍ପନ ପରେ ଅପରାହ୍ନ 4ଟାରୁ ଆରମ୍ଭ ହେବ ପଇତା ଲାଗି ନୀତି ।

ଫାଇଲ ଫଟୋ

By

Published : Nov 17, 2019, 10:38 PM IST

Updated : Nov 18, 2019, 8:16 AM IST

ପୁରୀ: ସୋମବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ 4 ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ 4ଟାରୁ ରାତି 8ଟା ଯାଏଁ ଏହି ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଏହା ଏକ ଗୁପ୍ତ ନୀତି । ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଥାନ୍ତି ।

ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ

ଦ୍ବିତୀୟ ଭୋଗ ମଣ୍ଡପ ନୀତି ସମ୍ପନ ପରେ ଅପରାହ୍ନ 4ଟାରୁ ପଇତା ଲାଗି ନୀତି ଆରମ୍ଭ ହେବ । ରାତି 8ଟାରେ ପରେ ପୁଣି ସାଧାରଣ ଭାବେ ଦର୍ଶନ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ଲୋକ ସମ୍ପର୍କ ଅଧିକାରୀ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 18, 2019, 8:16 AM IST

ABOUT THE AUTHOR

...view details