ଓଡିଶା

odisha

ETV Bharat / state

ସଂଧ୍ୟାବେଳେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିପାରିବେନି ଭକ୍ତ - ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିପାରିବେନି ଭକ୍ତ

ବାହୁଡ଼ା ଯାତ୍ରା ପ୍ରସ୍ତୁତି ଯୋଗୁଁ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିପାରିବେନି ଭକ୍ତ। ଜୁଲାଇ ୮ ତାରିଖ ଦିନ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ବନ୍ଦ ରହିବ । ପ୍ରଶାସନ ଓ ଦଇତାପତି ନିଯୋଗ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

Devotees can not see sandhya darshan
ସଂଧ୍ୟାବେଳେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିପାରିବେନି ଭକ୍ତ

By

Published : Jul 6, 2022, 4:49 PM IST

ପୁରୀ:ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିପାରିବେନି ଭକ୍ତ । ବାହୁଡ଼ା ଯାତ୍ରା ପ୍ରସ୍ତୁତି ଯୋଗୁଁ ଜୁଲାଇ ୮ ତାରିଖ ଦିନ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ବନ୍ଦ ରହିବ । ଏନେଇ ପ୍ରଶାସନ ଓ ଦଇତାପତି ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ବାହୁଡ଼ା ଯାତ୍ରା ପ୍ରସ୍ତୁତି ନେଇ ସେହି ଦିନ ଅନେକ ନୀତିକାନ୍ତି ରହିଥିବାରୁ ସଂଧ୍ୟାରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ନାହିଁ ।

ସଂଧ୍ୟାବେଳେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରିପାରିବେନି ଭକ୍ତ

ତେବେ ସେହିଦିନ ସକାଳୁ ଅପରାହ୍ନ ୪ଟା ଯାଏ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ଭକ୍ତ । 4ଟା ପରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ ପରେ ବାହୁଡା଼ ଯାତ୍ରା ନିମନ୍ତେ ଆରମ୍ଭ ହେବ ନୀତିକାନ୍ତି । ସେପଟେ ସଂଧ୍ୟା ଦର୍ଶନ ଦିନ ଭକ୍ତଙ୍କୁ ସଂଧ୍ୟା ସମୟରେ ଦର୍ଶନରୁ ବଞ୍ଚିତ କରିବା ମହାପ୍ରଭୁଙ୍କ ପରମ୍ପରାର ଉଲଂଘନ । ଏହି ନିଷ୍ପତ୍ତି ଠିକ୍ ନୁହେଁ ବୋଲି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି ।

ସେପଟେ ସୁନାବେଶ ନୀତିକାନ୍ତି ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଆପାତତଃ ଅପରାହ୍ନ 2ଟାରୁ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇ ରାତି 12ଟା ଯାଏଁ ଚାଲିବ ସୁନାବେଶ ଦର୍ଶନ। ଭକ୍ତ ସଂଖ୍ୟା ଦେଖି ଦର୍ଶନ ସମୟ ମଧ୍ୟ ବଢାଯିବ । ସୁନାବେଶ ବେଳେ ରଥରେ ମହାପ୍ରଭୁଙ୍କ ଆଗରେ କୌଣସି ସେବାୟତ ଉପସ୍ଥିତ ରହିବେ ନାହିଁ । ମହାପ୍ରଭୁଙ୍କୁ ଭକ୍ତଙ୍କ ଦର୍ଶନରେ ଯେଭଳି ଅସୁବିଧା ନହୁଏ ସେନେଇ ଏହି ବ୍ୟବସ୍ଥା ହୋଇଛି । ସେହିପରି ରଥ ଉପରେ କୌଣସି ସେବାୟତ ମୋବାଇଲରେ ସେଲ୍ଫି ନେବେ ନାହିଁ । ନିୟମ ନ ମାନିଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


ତେବେ ମହାପ୍ରଭୁଙ୍କ ବାହୁଡାଯାତ୍ରା, ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ନୀତି ସଅଳ କରାଯିବ । ବାହୁଡାଯାତ୍ରା ସମୟରେ ପାଳିଆ ସେବାୟତମାନେ କେବଳ ରଥଉପରେ ରହିବାକୁ ନିବେଦନ କରିଛନ୍ତି ଦଇତାପତି ନିଯୋଗ ସମ୍ପାଦକ । ଦଇତାପତି ନିଯୋଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ଗତକାଲି ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details