ଓଡିଶା

odisha

ETV Bharat / state

ଲୋକନାଥ ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗ - ଭକ୍ତଙ୍କୁ ଅପମାନ

ଲୋକନାଥ ମନ୍ଦିରରେ ଜଣେ ଭକ୍ତଙ୍କ ପରିବାରକୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି । ଦକ୍ଷିଣା ନ ଦେବାରୁ ଉକ୍ତ ଭକ୍ତଙ୍କ ପରିବାରକୁ ମନ୍ଦିର ଭିତରୁ ତଡି ଦିଆଯାଇଥିବା ଅଭିଯୋଗ ହୋଇଛି ।

ଲୋକନାଥ ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ଲୋକନାଥ ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗ

By

Published : Jan 23, 2021, 11:00 AM IST

Updated : Jan 23, 2021, 11:50 AM IST

ପୁରୀ: ଲୋକନାଥ ମନ୍ଦିରରେ ଜଣେ ଭକ୍ତଙ୍କ ପରିବାରକୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି । ଦକ୍ଷିଣା ନଦେବାରୁ ଉକ୍ତ ଭକ୍ତଙ୍କ ପରିବାରକୁ ମନ୍ଦିର ଭିତରୁ ତଡି ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୁରୀ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଲୋକନାଥ ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗ
ଲୋକନାଥ ମନ୍ଦିରରେ ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ପ୍ରବୀର ପ୍ରଧାନ ତାଙ୍କ ସ୍ତ୍ରୀ , ଝିଅ ଓ ମା'ଙ୍କ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରସିଦ୍ଧ ଲୋକନାଥଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଲୋକନାଥଙ୍କ ନିକଟରେ ମାନସିକ ଥିବାରୁ ଏହା ପୂରଣ ପାଇଁ ଯାଇଥିଲେ। ଯିବାବେଳେ ପ୍ରବୀରଙ୍କୁ 125 ଟଙ୍କାର ଏକ ରସିଦ କାଟିବାକୁ ବାଧ୍ୟ କରାଯାଇଥିଲା । ରସିଦ କାଟିବା ପରେ ଲୋକନାଥ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ପରେ କିଛି ସେବାୟତ ତାଙ୍କ ଠାରୁ 501 ଟଙ୍କା ଦାବି କରିଥିଲେ ବୋଲି ପ୍ରବୀର ଅଭିଯୋଗ କରିଛନ୍ତି ।

5 ଶହ ଟଙ୍କା ବଦଳରେ ସେ ଶହେ ଟଙ୍କା ଦେବାରୁ ସେବାୟତମାନେ ତାଙ୍କୁ ଓ ତାଙ୍କ ପରିବାର ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଭଳି କାହିଁକି କରୁଛ ବୋଲି ପଚାରିବାରୁ ଠେଲାପେଲା କରିବା ସହ ମନ୍ଦିର ଭିତରୁ ତଡି ଦେଇଥିଲେ। ଜଣେ ନୁହେଁ ଏକାଧିକ ସେବାୟତ ମିଶି ତାଙ୍କୁ ତଡିବା ସହ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ ବୋଲି ପ୍ରବୀରଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏହା ତାଙ୍କୁ ଗଭୀର ଆଘାତ ଦେଇଛି ବୋଲି ସେ କହିଛନ୍ତି। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଦାବି କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 23, 2021, 11:50 AM IST

ABOUT THE AUTHOR

...view details