ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ । ସଂସଦରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ନେଇ ପୁରୀ MP ପିନାକୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିରେ ରାଷ୍ଟ୍ରପତିଙ୍କ ନିକଟକୁ ଅଭିଯୋଗ ପତ୍ର ଦେଲେ ଜଗନ୍ନାଥ ପ୍ରେମୀ । ପୁରୀର ବଳିଆପଣ୍ଡା ନିବାସୀ ସରୋଜ କୁମାର ମିଶ୍ର ଏ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ସଂସଦରେ ଯେଭଳି ପୁରୀ ଏମପି ପିନାକୀ ମିଶ୍ର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର କାର୍ଯ୍ୟ ନେଇ ତ୍ରୁଟିପୂର୍ଣ୍ଣ ବା ଭୁଲ ତଥ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ପୁରୀ ସହରବାସୀ ୩ ଥର ଏମପି ଭାବେ ପିନାକୀ ମିଶ୍ରଙ୍କୁ ନିର୍ବାଚିତ କରିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଭୁଲ ତଥ୍ୟ ପୁରୀବାସୀଙ୍କୁ ଏକ ପ୍ରକାର ଅପମାନ ବୋଲି ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ।