ଓଡିଶା

odisha

By

Published : Oct 18, 2019, 7:37 PM IST

ETV Bharat / state

ମଦ ପିଇ ଯୁବକଙ୍କ ମୃତ୍ୟୁ ପରେ ମଦଭାଟି ଭାଙ୍ଗିଲେ ଉତ୍ତ୍ୟକ୍ତ ମହିଳା

ବ୍ରହ୍ମଗିରି ବ୍ଲକର କପିଳେଶ୍ବରପୁର ପଞ୍ଚାୟତରେ ମଦ ପିଇ ଯୁବକର ମୃତ୍ୟୁ । ଏହାର ପ୍ରତିବାଦରେ ଶତାଧିକ ମହିଳା ଏକଜୁଟ ହୋଇ ଦେଶୀ ମଦଭାଟି ଭାଙ୍ଗି ଚୂରମାର କରିବା ସହ ଗ୍ରାମରେ ମଦମୁକ୍ତ ପାଇଁ ସଂକଳ୍ପ ନେଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସଦର ଥାନା ଅନ୍ତର୍ଗତ କପିଳେଶ୍ବରପୁର ପଞ୍ଚାୟତରେ ମଦ ପିଇ ଯୁବକର ମୃତ୍ୟୁ । ଶତାଧିକ ଉତ୍ତ୍ୟକ୍ତ ମହିଳା ଏକତ୍ରିତ ହୋଇ ଦେଶୀ ମଦଭାଟି ଭାଙ୍ଗି ଦେଇଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

କପିଳେଶ୍ବରପୁର ପଞ୍ଚାୟତ ଅଧୀନ ବିଲକାଙ୍କୁଡା ଗ୍ରାମର ସଦେଇ ନାୟକର ମୁତ୍ୟୁ ହୋଇଥିଲା । ସେହି ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ଏକତ୍ରିତ ହୋଇ ମଦ ପିଇ ସଦେଇର ମୁତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଶୁକ୍ରବାର ଦିନ ମହିଳା ମାନେ ହାତରେ ଠେଙ୍ଗାବାଡି ଧରି ଉକ୍ତ ପଞ୍ଚାୟତର ଗେଣ୍ଡାପଡ଼ା ହରିଜନ ସାହିରେ ତିଆରି ହେଉଥିବା ଦେଶୀ ମଦ ଭାଟି ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ।

ମଦ ତିଆରିରେ ବ୍ୟବହୃତ ହେଉଥିବା ପୋଚ, ବ୍ୟାରେଲ ଓ ଅନ୍ୟାନ୍ୟ ଆସବାବପତ୍ର ଏକତ୍ରିତ କରି ନିଆଁ ଲଗାଇ ଦେଇଛନ୍ତି । ଏହା ସହିତ ସେହି ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । କପିଳେଶ୍ବରପୁର ପଞ୍ଚାୟତକୁ ସମ୍ପୂର୍ଣ ମଦମୁକ୍ତ କରିବା ପାଇଁ ମହିଳା ମାନେ ସଂକଳ୍ପ ନେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

ABOUT THE AUTHOR

...view details