ବ୍ରହ୍ମଗିରି: ଲକଡାଉନ ବେଳେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ବେଳେ ବ୍ରହ୍ମଗିରି ପୋଲିସ ବିପୁଳ ପରିମାଣର ପୋଚ ଜବତ କରିବା ସହ 2 ଜଣଙ୍କୁ ଥାନାରେ ଅଟକ ରଖିଛି । ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚାପମାଣିକ ପଞ୍ଚାୟତର ଡାହାଣୀଗାଡିଆ ହୁଡା ନିକଟ ରାଉତା ପୋଖରୀ ନିକଟ ଜଙ୍ଗଲ ଭିତରୁ ଦେଶୀ ମଦ ରନ୍ଧା ହେଉଥିଲା ।
ଲକଡାଉନ ବେଳେ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ, 2 ଅଟକ - ବ୍ରହ୍ମଗିରିରେ ପୋଚ ଜବତ
ଲକଡାଉନ ସମୟରେ ଚାପମାଣିକ ପଞ୍ଚାୟତରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ବେଳେ ଖବର ପାଇ ବ୍ରହ୍ମଗିରି ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ଜବତ କରି ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।
![ଲକଡାଉନ ବେଳେ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ, 2 ଅଟକ desi-liquor-seized-by-brahmagiri-police](https://etvbharatimages.akamaized.net/etvbharat/prod-images/768-512-6843600-958-6843600-1587221304224.jpg)
desi-liquor-seized-by-brahmagiri-police
ଲକଡାଉନ ବେଳେ ବିପୁଳ ପରିମାଣର ପୋଚ ଜବତ, 2 ଅଟକ
ଏହି ଖବର ପାଇ ବ୍ରହ୍ମଗିରି ପୋଲିସ ଚଢାଉ କରିଥିଲା । ସେଠାରୁ ଦେଶୀ ମଦ ଓ ପ୍ରଚୁର ପରିମାଣର ପୋଚ ଜବତ କରିବା ସହ 2 ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହି ସମୟରେ ଘଟଣାସ୍ଥଳରେ ବ୍ରହ୍ମଗିରି ତହସିଲଦାର କିଶୋର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ