ପୁରୀ: ପୁରୀ ସଂସ୍କୃତି ଭବନରେ ଜିଲ୍ଲାର ସମିତି ସଭ୍ୟଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥା ତଳ ସ୍ତରରେ ସୁଦୃଢ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାକୁ ଉନ୍ନତି କରବା ପୂର୍ବରୁ ପଞ୍ଚାୟତିରାଜ ବ୍ୟବସ୍ଥା ଭିତ୍ତିଭୁମୀ ଦରକାର । ତେଣୁ ଜିଲ୍ଲାର ସମିତି ସଭ୍ୟଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୃଦୃଢ଼ କରିବା ପାଇଁ ସମିତି ସଭ୍ୟ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ: ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଜଷ୍ଟିସ ଜେପି ଦାସଙ୍କ ସହ ଆଲୋଚନା କରି ଫେରିଲେ
ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଜିଲ୍ଲାର ସମିତି ସଭ୍ୟମାନେ ୧୧ଟି ଦାବି ଉପସ୍ଥାପନ କରିଥିଲେ । ଏହି ଦାବି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏବେକାର ପଞ୍ଚାୟତରାଜ୍ ବ୍ୟବସ୍ଥାରେ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ଭୂମିକା ଏବଂ କ୍ଷମତା ଅଧିକ ରହିଛି । ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ଅନୁମୋଦନ ନେଇ ସମସ୍ତ କାର୍ଯ୍ୟ ହେଉଛି । ହେଲେ ଭୋଟରମାନଙ୍କ ଦ୍ବାରା ସିଧାସଳଖ ନିର୍ବାଚିତ ହୋଇଥିବା ସମିତି ସଭ୍ୟଙ୍କ ଭୂମିକା ପଞ୍ଚାୟତ ସ୍ତରରେ ଅତ୍ୟନ୍ତ ଗୌଣ ରହିଛି । ଏଣୁ ତୃଣମୂଳ ସ୍ତରରେ ଲୋକଙ୍କୁ ସେବା ଯୋଗାଇ ଦେବାରେ ସମିତି ସଭ୍ୟମାନେ ସଫଳ ହୋଇପାରୁନଥିବା ବୈଠକରେ ମତପ୍ରକାଶ ପାଇଛି । ଏଣୁ ରାଜ୍ୟ ସରକାର ପଞ୍ଚାୟତିରାଜ ନିୟମରେ ପରିବର୍ତ୍ତନ କରି ସମିତି ସଭ୍ୟ ମାନଙ୍କୁ ସରପଞ୍ଚଙ୍କ ଭଳି କ୍ଷମତା ପ୍ରଦାନ କରିବାକୁ ଦାବି ହୋଇଛି ।