ଓଡିଶା

odisha

ETV Bharat / state

ଆଗକୁ ପବିତ୍ର କାର୍ତ୍ତିକ ମାସ, ଅବଢା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି - କାର୍ତ୍ତିକ ମାସ

ପବିତ୍ର କାର୍ତ୍ତିକ ମାସ ଆଉ କେଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଯେପରି ବରାଦି ଅବଢା ମିଳିବ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ତେଜିଲା ଦାବି । ଅଧିକ ପଢନ୍ତୁ..

ଆଗକୁ  ପବିତ୍ର କାର୍ତ୍ତିକ, ଅବଢା ପାଇଁ  ସ୍ବତନ୍ତ୍ର ବ୍ୟବସ୍ଥା  ଦାବି
ଆଗକୁ ପବିତ୍ର କାର୍ତ୍ତିକ, ଅବଢା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

By

Published : Oct 21, 2020, 6:10 PM IST

ପୁରୀ: ଆଗକୁ ପବିତ୍ର କାର୍ତ୍ତିକ ମାସ । ମହାପ୍ରଭୁଙ୍କ ମହାପ୍ରସାଦ ପାଇବା ଆଶାରେ ଅଛନ୍ତି ଭକ୍ତ । ତେବେ ଶ୍ରୀମନ୍ଦିରରେ କୋଭିଡ କଟକଣାକୁ ନେଇ ଆଵଶ୍ୟକ ମୁତାବକ ବରାଦ ହୋଇଥିବା ଅବଢ଼ା ରନ୍ଧା ଯାଉନି । ଏଣୁ କାର୍ତ୍ତିକ ମାସରେ ଯେପରି ସମସ୍ତ ଭକ୍ତ ମହା ପ୍ରଭୁଙ୍କ ମହାପ୍ରସାଦ ପାଇବେ, ସେ ନେଇ ସରକାର ଓ ପ୍ରଶାସକ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ଦୀର୍ଘ 7 ମାସ ହେବ ଭକ୍ତମାନେ ସରକାରଙ୍କ କୋଭିଡ କଟକଣା ପାଇଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି । ଏଣୁ ମହାପ୍ରସାଦ ଟିକକ ପାଇଁ ଆକୁଳ ଭକ୍ତ । ଯେହେତୁ ଆଗକୁ କାର୍ତ୍ତିକ ମାସ, ଏଣୁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି । ସେପଟେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ଯେ, ଏ ନେଇ ଅଗାମୀ ଦିନରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । କାର୍ତ୍ତିକ ମାସରେ କିଭଳି ଭକ୍ତ ମାନେ ମହାପ୍ରସାଦ ପାଇବେ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା ହେବ ।

ଆଗକୁ ପବିତ୍ର କାର୍ତ୍ତିକ, ଅବଢା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ଗତ ଏକ ମାସ ହେବ ପୁରୀ ଜିଲ୍ଲା ବାହାରୁ କୌଣସି ବ୍ୟକ୍ତିଙ୍କ ବରାଦି ଅବଢ଼ା ନେଇ କଟକଣା ରହିଥିଲା । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏହି କଟକଣା ଲାଗିଥିଲା । ତେବେ ଏହି କଟକଣା ହଟିଥିବାବେଳେ ଭକ୍ତମାନେ ବରାଦି ଅବଢ଼ା ନେବା ନେଇ କୌଣସି ଅସୁବିଧା ନ ଥିବା ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details