ପୁରୀ: ଶ୍ରୀକ୍ଷେତ୍ରରେ ଅବସ୍ଥିତ ଅର୍ବାନ ହାଟକୁ ରାଜ୍ୟ ସରକାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ନିମନ୍ତେ ବିଜୁ ସଂଗ୍ରହାଳୟ ନାମରେ ପ୍ରତିଷ୍ଠା କରନ୍ତୁ । ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନକୁ କଲିକତାରୁ ମଧ୍ୟ ଆଣି ଅର୍ବାନ ହାଟରେ ରଖାଯାଉ । ଏହାସହ ମହାନ ଜନ ନାୟକ ବିଜୁ ପଟ୍ଟନାୟକ ସ୍ମୃତି ଉଦ୍ଦେଶ୍ୟ ଏକ ସଂଗ୍ରହାଳୟରେ ମଧ୍ୟ ସ୍ଥାପନ କରାଯାଉ ବୋଲି ଦାବି କରିଛି ଶ୍ରୀଜଗନ୍ନାଥ ସେନା ।
ପୁରୀ ଅର୍ବାନହାଟକୁ ବିଜୁ ସଂଗ୍ରହାଳୟ କରିବା ନେଇ ଦାବି - Puri urban hata to be made Biju museum
ପୁରୀ ଅର୍ବାନହାଟକୁ ବିଜୁ ସଂଗ୍ରହାଳୟ କରିବା ନେଇ ଦାବି ଜୋର ଧରିଛି । ଗୁରୁବାର ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଏଭଳି ଦାବି ଉଠାଇଛି ଶ୍ରୀଜଗନ୍ନାଥ ସେନା । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ପୁରୀ ଅର୍ବାନହାଟକୁ ବିଜୁ ସଂଗ୍ରହାଳୟ କରିବା ନେଇ ଦାବି
ସ୍ବର୍ଗ ଦ୍ବାରରୁ ବିଜୁ ବାବୁଙ୍କ ସମାଧି ପୀଠ ଉଚ୍ଛେଦ ହେବା ପରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସେଠାରେ ଥିବା ବିଜୁ ବାବୁଙ୍କ ଅବଶେଷ, ପାଉଁଶ ଆଣି ଅର୍ବାନ ହାଟରେ ସ୍ଥାପନ କରାଯାଇଛି । ଗୁରୁବାର ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ