ଓଡିଶା

odisha

ETV Bharat / state

ପଣ୍ଡିଆନଙ୍କ ଗିରଫ ଦାବି, କାମିଆ ଜାନି ପ୍ରସଙ୍ଗରେ ଯୁବ କଂଗ୍ରେସର ବିକ୍ଷୋଭ

Demand for arrest of VK Pandian; ପୁଣି ତେଜୁଛି ୟୁଟ୍ୟୁବର କାମିଆ ଜାନି ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗ । 5ଟି ଅଧ୍ୟକ୍ଷଙ୍କ ଗିରଫ ଦାବି କଲା ପୁରୀ ଯୁବ କଂଗ୍ରେସ । ଆଗକୁ ପଢ଼ନ୍ତୁ,

By ETV Bharat Odisha Team

Published : Dec 26, 2023, 10:57 PM IST

ଭି.କେ.ପଣ୍ଡିଆନଙ୍କୁ ଗିରଫ ଦାବୀ
ଭି.କେ.ପଣ୍ଡିଆନଙ୍କୁ ଗିରଫ ଦାବୀ

ପଣ୍ଡିଆନଙ୍କୁ ଗିରଫ ଦାବି

ପୁରୀ: ପୁଣି ତେଜୁଛି ୟୁଟ୍ୟୁବର କାମିଆ ଜାନି ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗ । ଭି.କେ.ପଣ୍ଡିଆନଙ୍କ ବିରୁଦ୍ଧରେ ଜଗନ୍ନାଥ ସଂସ୍କୃତିର ଅପମାନ କରିଥିବା ଅଭିଯୋଗ । 5ଟି ଅଧ୍ୟକ୍ଷଙ୍କ ଗିରଫ ଦାବି କଲା ପୁରୀ ଯୁବ କଂଗ୍ରେସ । ପୁରୀ ଟାଉନ ଥାନାରେ ଦିଆଗଲା ଏତଲା ।

ଶ୍ରୀମନ୍ଦିରକୁ ୟୁଟ୍ୟୁବର କାମିଆ ଜାନି ପ୍ରବେଶ ପ୍ରସଙ୍ଗକୁ ନେଇ ବିରୋଧ ବଢିବାରେ ଲାଗିଛି । ଜଣେ ଗୋ’ ମାଂସ ଭକ୍ଷଣକାରୀକୁ ଶ୍ରୀମନ୍ଦିରର ପରମ୍ପରା ଉଲଘଂନ କରାଯାଇ ପ୍ରବେଶ ଅନୁମତି ଦେବାକୁ ନେଇ ପୁରୀ ଜିଲ୍ଲା ଯୁବ କଂଗ୍ରେସ କଡ଼ା ବିରୋଧ କରିଛି । 5 ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ସହଯୋଗରେ ଉକ୍ତ ୟୁଟ୍ୟୁବର ଶ୍ରୀମନ୍ଦିର ପ୍ରବେଶ କରିଥିବାରୁ ଜଗନ୍ନାଥ ସଂସ୍କୃତିର ଅପମାନ ଓ କୋଟି କୋଟି ହିନ୍ଦୁଙ୍କ ଆସ୍ଥାକୁ ଆଘାତ ଦେଇଥିବା ଭି.କେ.ପଣ୍ଡିଆନଙ୍କୁ ତୁରନ୍ତ ପୋଲିସ ଗିରଫ କରିବାକୁ ପୁରୀ ଜିଲ୍ଲା ଯୁବ କଂଗ୍ରେସ ଦାବି କରିଛି । ଏହି ପରିପ୍ରେକ୍ଷୀରେ ଯୁବ କଂଗ୍ରେସ ପକ୍ଷରୁ ପୁରୀ ଟାଉନ ଥାନାରେ ଏକ ଏତାଲା ଦିଆଯାଇଛି । ସରକାର ଯଦି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ଯୁବ କଂଗ୍ରେସ ବ୍ୟାପକ ଆନ୍ଦୋଳନ କରିବ ବୋଲି ପୁରୀ ଯୁବ କଂଗ୍ରେସ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଦେବାଶିଷଙ୍କ ତେରେଚ୍ଛା ବାଣ ! କହିଲେ ମହାପ୍ରସାଦର ପ୍ରଚାର ପ୍ରସାର ଆବଶ୍ୟକତା ନାହିଁ

ଶ୍ରୀମନ୍ଦିର ହେଉଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଆସୁଛନ୍ତି । ଶ୍ରୀମନ୍ଦିର ଜଗନ୍ନାଥ ସଂସ୍କୃତି ପରମ୍ପରା ସାରା ବିଶ୍ଵରେ ବିଦିତ । ଅନେକ ବିଦେଶୀ ମଧ୍ୟ ଆମ ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ହେଲେ ପଣ୍ଡିଆନ ଏହି ସଂସ୍କୃତିକୁ ନଷ୍ଟ କରିବାକୁ ଚକ୍ରାନ୍ତ କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ଆସିଛି । ଜଣେ ଗୋ ମାଂସ ଭକ୍ଷଣକାରୀ ମହିଳାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇବା ସହ ମହା ପ୍ରସାଦ ସେବନ କରାଇ ଜଗନ୍ନାଥ ସଂସ୍କୃତିକୁ ଆଘାତ ଦିଆଯାଇଛି । ତେବେ କେଳ ସେତିକି ନୁହେଁ, ଭି.କେ.ପଣ୍ଡିଆନ କାର୍ଯ୍ୟ ସମୀକ୍ଷା ବାହାନାରେ ବାରମ୍ବାର ପୁରୀ ଆସୁଥିବା କଥାରେ ମଧ୍ୟ ଆପତ୍ତି ଆଣିଛି ଯୁବ କଂଗ୍ରେସ । ତେବେ ଏନେଇ ଯୁବ କଂଗ୍ରେସ ନେତା, ଆଲୋକ ଦାଶ କହିଛନ୍ତି, ’’ଜଣେ ଗୋ’ ମାଂସ ଭକ୍ଷଣକାରୀକୁ ଶ୍ରୀମନ୍ଦିର ଭିତରେ କିଭଳି ପ୍ରବେଶ କରାଗଲା । ଆଉ ସବୁ କଥା ଜାଣି କିଭଳି 5ଟି ଅଧ୍ୟକ୍ଷ ତାଙ୍କୁ ନାକେବଳ ଅନୁମତି ଦେଲେ ବରଂ ତାଙ୍କ ସହ ମନ୍ଦିର ପରିଦର୍ଶନ ସହିତ ତାଙ୍କୁ ଅଭଡ଼ା ମଧ୍ୟ ସେବନ କରାଇଲେ । ତେଣୁ ଭି.କେ.ପଣ୍ଡିଆନଙ୍କ ସମେତ ତାଙ୍କ ସହ ଥିବା ଅନ୍ୟ ଅପିସରଙ୍କୁ ମଧ୍ୟ ଗିରଫ କରାଯାଉ ।’’

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details