ନିମାପଡା:ଦୁର୍ଦ୍ଦାନ୍ତ ଅପରାଧୀକୁ କାବୁ କଲା ଡେଲାଙ୍ଗ ପୋଲିସ । ଅଭିଯୁକ୍ତ ପାଖରୁ ଏକ ଅଫୁଟା ବୋମା ସାଙ୍ଗକୁ ଗୁଳି ଓ ବନ୍ଧୁକ ଜବତ କରିଛି ପୋଲିସ । ସେପଟେ ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ତେବେ ଗିରଫ ହୋଇଥିବା ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।
ଗତ ୧୬ ତାରିଖରେ କୁଆପଦା ସନ୍ନିକଟ କୁମୁକା ଜଙ୍ଗଲ ନିକଟ ରାସ୍ତାରେ ୩ ଜଣ ବ୍ୟକ୍ତି ଲୋକ ମାନଙ୍କ ବାଟ ଓଗାଳି ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ବିଭିନ୍ନ ଜିନିଷ ଜବରଦସ୍ତି ଛଡ଼ାଇ ନେଉଥିଲେ । ସେହି ସମୟରେ ଡେଲାଙ୍ଗ ପୋଲିସ ପାଟ୍ରୋଲିଂ କରୁଥିଲା । ଖବର ପାଇ ପାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ସେଠାରେ ଦେଖି ଅଭିଯୁକ୍ତମାନେ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧି ସୁନୀଲ ପୋଲିସ ହାତରେ ଧରାପଡିଥିଲା । ସେପଟେ ଆଉ ଦୁଇ ଜଣ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଅଭିଯୁକ୍ତ ସୁନୀଲ ଜେନା କୁଆପଦା ଗ୍ରାମର । ତାଙ୍କ ଠାରୁ ଏକ ଅଫୁଟା ବୋମା, ଗୁଳି ସାଙ୍ଗକୁ ବନ୍ଧୁକ ଜବତ କରିଛି ପୋଲିସ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ତେବେ ପିପିଲି ଜେଏମଏଫସି କୋର୍ଟରେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବା ପରେ ତାକୁ ନିମାପଡ଼ା ଉପକାରାଗାର ଜେଲ ହାଜତକୁ ପଠାଇ ଦିଆଯାଇଛି ।