ପୁରୀ: ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରତିଦିନ ଦେଖିବାକୁ ମିଳୁଛି ଆଉ ଏକ ସମସ୍ୟା । ପରିବାର ଲୋକେ ହୁଅନ୍ତୁ ଅବା ସ୍ଥାନୀୟ ଲୋକେ ସଂକ୍ରମଣ ଭୟରେ ମୃତଦେହ ଛୁଉଁନଥିବା ଦେଖିବାକୁ ମିଳୁଛି । ଫଳରେ ଦୀର୍ଘସମୟ ଧରି ମୃତଦେହ ପଡିରହିବା ପରେ ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ କରାଯାଉଛି ।
କୋରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କଲେ ବିଡିଓ, ତହସିଲଦାର - ଡେଲାଙ୍ଗ ବ୍ଲକ ପ୍ରଶାସନ
ସଂକ୍ରମଣ ଭୟରେ ମୃତଦେହ ଛୁଇଁଲେନି ଗ୍ରାମବାସୀ । ବ୍ଲକ ପ୍ରଶାସନ ପହଞ୍ଚି କଲା ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ...
ସବୁଠି ଘାରିଛି ସଂକ୍ରମଣ ଭୟ, ପଡିରହୁଛି ମୃତଦେହ
ସବୁଠି ଘାରିଛି ସଂକ୍ରମଣ ଭୟ, ପଡିରହୁଛି ମୃତଦେହ
ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଜଣେ ବ୍ୟକ୍ତିଙ୍କ ମୃତଦେହ ଦୀର୍ଘସମୟ ଧରି ପଡି ରହିବା ପରେ ଶେଷରେ ବ୍ଲକ ପ୍ରଶାସନ ମୃତଦେହ ସତ୍କାର କରିଛି । ସୂଚନା ଅନୁଯାୟୀ ଅଭୟ ମୁଖୀ ପଞ୍ଚାୟତର ପିତେଇ ଜେନା 70 ବର୍ଷ ବୟସରେ ସୋମବାର ପ୍ରାଣ ହରାଇଥିଲେ । ତାଙ୍କ ଅନ୍ତିମ ସତ୍କାର ପାଇଁ ଗ୍ରାମବାସୀ ସହଯୋଗ ନ କରିବାରୁ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ବିଡ଼ିଓ ଓ ତହସିଲଦାର ପହଞ୍ଚି ମୃତକଙ୍କ ଅନ୍ତିମ ସତ୍କାର କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ