ଓଡିଶା

odisha

ETV Bharat / state

ଶ୍ରୀଗୁଣ୍ଡିଚା ଯାତ୍ରା: ଦେବୀ ସୁଭଦ୍ରାଙ୍କ ପହଣ୍ଡି ସମ୍ପନ୍ନ - ରଥଯାତ୍ରା

ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ତିନି ଠାକୁର । ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ସମ୍ପନ୍ନ ହୋଇଛି । ଧାଡି ପହଣ୍ଡିରେ ରଥାରୁଢ ହୋଇଛନ୍ତି ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା । ବର୍ତ୍ତମାନ ଚତୁର୍ଦ୍ଧାମୂରତିଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ସରିଛି । ରଥାରୁଢ ହୋଇଛନ୍ତି ଦାରୁବ୍ରହ୍ମ । କୋରୋନା କଟକଣା କାରଣରୁ ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 23, 2020, 10:00 AM IST

ପୁରୀ: ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧାରିବା ପାଇଁ ରଥାରୁଢ଼ ହୋଇ ବଡଦାଣ୍ଡରେ ବିନାଭକ୍ତରେ ଯାତ୍ରା କରିବେ । କୋରୋନା କାଳରେ ଚାଲିଛି କାଳିଆର ରଥଯାତ୍ରା । ପହଣ୍ଡି ନୀତିରେ ଚକ୍ରରାଜ ସୁଦର୍ଶନଙ୍କ ଶୂନ୍ୟ ପହଣ୍ଡି କରି ଦର୍ପଦଳନ ରଥରେ ବିରାଜିଛନ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଆରମ୍ଭ ହୋଇଛି ଦେବୀ ସୁଭଦ୍ରାଙ୍କ ପହଣ୍ଡିବିଜେ ନୀତି ସମ୍ପନ୍ନ ହୋଇଛି । ଦେବୀଦଳନ ରଥରେ ବିରାଜିଛନ୍ତି ଦେବୀ ସୁଭଦ୍ରା ।

ଶ୍ରୀଗୁଣ୍ଡିଚା ଯାତ୍ରା: ଦେବୀ ସୁଭଦ୍ରାଙ୍କ ପହଣ୍ଡି ସମ୍ପନ୍ନ

ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ତିନି ଠାକୁର । ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ସମ୍ପନ୍ନ ହୋଇଛି । ଧାଡି ପହଣ୍ଡିରେ ରଥାରୁଢ ହୋଇଛନ୍ତି ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା । ବର୍ତ୍ତମାନ ଚତୁର୍ଦ୍ଧାମୂରତିଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ସରିଛି । ରଥାରୁଢ ହୋଇଛନ୍ତି ଦାରୁବ୍ରହ୍ମ । କୋରୋନା କଟକଣା କାରଣରୁ ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା ।

ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀକ୍ଷେତ୍ର ସାଆନ୍ତ । ବିନା ଭକ୍ତରେ ଭାବଗ୍ରାହୀଙ୍କ ସର୍ବବିଦିତ ଯାତ୍ରା ଅନୁଷ୍ଠିତ ହେଉଛି । ତଥାପି ଭେରୀ, ତୁରୀ, କାହାଳୀ, ଘଣ୍ଟ ମର୍ଦ୍ଦଳ, ଖୋଳ, କରତାଳ ଝାଞ୍ଜ, ମୃଦଙ୍ଗ ହରିବୋଲ, ହୁଳହୁଳିରେ ଫାଟି ପଡୁଛି ବଡଦାଣ୍ଡ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details