ଓଡିଶା

odisha

ETV Bharat / state

ଚର୍ଚ୍ଚାରେ ‘ମୋ ସରକାର’, ଅକ୍ସିଜେନ ଅଭାବରୁ ନାବାଳକର ମୃତ୍ୟୁ

ଅମ୍ଳଜାନ ଅଭାବ ତଥା ଚିକିତ୍ସା ଅଭାବରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ 16 ବର୍ଷୀୟ ନାବାଳକର ମୃତ୍ୟୁ ଅଭିଯୋଗ ଆସିଛି । ଏନେଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

By

Published : Oct 20, 2019, 9:35 PM IST

death

ପୁରୀ: ଅମ୍ଳଜାନ ଅଭାବରୁ ମୃତ୍ୟୁ ଅଭିଯୋଗ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର’ କାର୍ଯ୍ୟକ୍ରମର ବିଫଳତା ନେଇ ଅଭିଯୋଗ ହୋଇଛି । ଅମ୍ଳଜାନ ଅଭାବରୁ ଆଖି ବୁଜିଛି ବ୍ରହ୍ମଗିରି ଭୁବନପତି ଗାଁର 16 ବର୍ଷୀୟ ନାବାଳକ ସୁମନ୍ । ଚିକିତ୍ସା ଅବେହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସୁମନ୍‌ର ପରିବାର ଲୋକ ।

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅମ୍ଳଜାନ ଅଭାବରୁ ମୃତ୍ୟୁ ଅଭିଯୋଗ
ସୂଚନାନୁଯାୟୀ, ଶନିବାର ସନ୍ଧ୍ୟାବେଳେ ସୁମନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସୁମନ୍‌ର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଅକ୍ସିଜେନ ଲଗାଇବାକୁ କହିଥିଲେ କିନ୍ତୁ ସୁମନକୁ ଅକ୍ସିଜେନ୍ ଦିଆଯାଇନଥିଲା କି ସଠିକ୍ ଚିକିତ୍ସା ମଧ୍ୟ ଦିଆଯାଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।


ଖୁବ୍ ଯନ୍ତ୍ରଣା ଅନୁଭବ କରି ଶେଷରେ ସୁମନ ଆଖି ବୁଜିଥିଲା ସୁମନ୍‌ । ପରିବାର ଲୋକେ ଡାକ୍ତରଙ୍କ ଚିକିତ୍ସା ଅବେହେଳାରୁ ସୁମନର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ କିଛିଦିନ ପୂର୍ବରୁ 5T ଟିମ୍ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ତେବେ ବାରମ୍ବାର ଚିକିତ୍ସା ଅବେହେଳା ଘଟଣା ‘ମୋ ସରକାର’ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details