ପୁରୀ:ଦୁର୍ବଳ ନଦୀ ବନ୍ଧକୁ ନେଇ ଆତଙ୍କିତ ଅଞ୍ଚଳବାସୀ । ପୁରୀ ଜିଲ୍ଲା କଣାସ ବ୍ଲକରେ ଦୟାନଦୀର ଦୁର୍ବଳ ନଦୀ ବନ୍ଧକୁ ନେଇ ଆତଙ୍କ ଦେଖାଦେଇଛି । ଦୟାନଦୀ ବନ୍ଧର ବାମପାର୍ଶ୍ଵ ବସନ୍ତପୁର ନିକଟରେ ଫାଟିଯାଇଛି । ଫଳରେ ନଦୀ ବନ୍ଧ ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଛି । ଏହାକୁ ନେଇ କଣାସ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଗତ ୪ ମାସ ତଳେ ଏହି ସ୍ଥାନରେ ନଦୀ ଭିତରକୁ ବନ୍ଧ ଫାଟିଯାଇ ଧସି ଯାଇଥିବାବେଳେ ପରିଦର୍ଶନ କରିଥିଲେ ବିଭାଗୀୟ ଅଧିକାରୀ । ଏହାପରେ ଠିକାଦାରଙ୍କୁ ନଦୀବନ୍ଧ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଠିକାଦାର ନିର୍ଦ୍ଦେଶ ପାଇବା ଏହି ସ୍ଥାନକୁ ସୁଦୃଢ଼ କରାଯିବା ନେଇ ମରାମତି କାର୍ଯ୍ୟ ହୋଇଥଲା । ତେବେ ମରାମତିକୁ ମାତ୍ର କିଛି ଦିନ ବିତିନଥିବାବେଳେ ପୁଣି ଥରେ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ନଦୀବନ୍ଧ ମଝିରେ ଦୁଇଫାଳ ହୋଇ ଫାଟିଯାଇଥିବାରୁ ଦୟା ଓ ଲୁଣାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଗତବର୍ଷ ବନ୍ୟା ସମୟରେ ମକରାନଦୀର କଉଡ଼ିଆପୁର ଓ ରାଜୁଆନଦୀର ହଳଦିଆପଡ଼ା ନିକଟରେ ଘାଇ ହୋଇଥିବାରୁ ବନ୍ୟା ଜଳ ମାଡ଼ିଯାଇ ଅଞ୍ଚଳବାସୀଙ୍କର ବ୍ୟାପକ କ୍ଷୟକ୍ଷତି କରିଥିଲା।
ଏହା ବି ପଢନ୍ତୁ...ବିକାଶର ଅସଲ ଚିତ୍ର: ସାଲେଭଟା ପଞ୍ଚାୟତରେ ନାହିଁ ବ୍ରିଜ, ଯାତାୟତ ପାଇଁ ଭରାନଈ ସାହାଭରସା