ପୁରୀ: ଦଳିତ ମହାସଂଘ ବିକ୍ଷୋଭ । ଗୋଚର ଜମିକୁ ବେଅ।ଇନ ଭାବରେ ଦଖଲକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଜାତୀୟ ଦଳିତ ସଂଘ ପକ୍ଷରୁ ପିପିଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଶେଷକରି ଗୋଚର ଜମିକୁ ବେଅ।ଇନ ଭାବରେ ଦଖଲକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ପ୍ରଶାସନ ଚୁପ ବସିଥିବା ସହିତ ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ତାଙ୍କ ନାମରେ ଜମି ବିକ୍ରି ସହିତ ପଟ୍ଟା କରାଯାଇଛି । ସ୍ଥାନୀୟ ତହସିଲ ପ୍ରଶାସନ ଚୁପ ବସିଛି ବୋଲି ଜାତୀୟ ଦଳିତ ମହାସଂଘ ରାଜ୍ୟ ସଭାପତି ଅଭିଯୋଗ କରିଛନ୍ତି ।