ଓଡିଶା

odisha

ETV Bharat / state

ନ୍ୟାୟ ଦାବିରେ ନବୀନ ନିବାସ ଯାତ୍ରା କଲେ ଦଳିତ ପରିବାର - puri news

ନ୍ୟାୟ ଦାବିରେ ଦଳିତ ପରିବାର ସଦସ୍ୟଙ୍କ ନବୀନ ନିବାସ ଯାତ୍ରା । ନ୍ୟାୟ ନ ମିଳିଲେ ଆତ୍ମହୁତି ଦେବେ ବୋଲି କହିଲେ ପରିବାର ଲୋକେ । ଅଧିକ ପଢନ୍ତୁ.....

dalit family travels to naveen nivas seeking justice
ନ୍ୟାୟ ଦାବିରେ ଦଳିତ ପରିବାର ସଦସ୍ୟଙ୍କ ନବୀନ ନିବାସ ଯାତ୍ରା

By

Published : Sep 25, 2020, 1:25 PM IST

ପୁରୀ: ପୋଲିସ ଓ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଲେ ଦଳିତ ପରିବାର। ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଅରିଷଣ୍ଡ ଗାଁର ଜନୈକ ଦଳିତ ପରିବାରର 5 ଜଣ ସଦସ୍ୟ ଚାଲି ଚାଲି ନବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି। ନିମାପଡା ପୋଲିସ ଓ ଅରିଷଣ୍ଡ ସରପଞ୍ଚ ଏମାନଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ସହିତ ତାଙ୍କ ଘରକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଯାହାର ପ୍ରତିବାଦରେ ଦଳିତ ପରିବାରର 5 ଜଣ ସଦସ୍ୟ ନିମାପଡାରୁ ଚାଲି ଚାଲି ନବୀନ ନିବାସ ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କୁ ନ୍ୟାୟ ନ ମିଳିଲେ ପରିବାରର ସମସ୍ତ ସଦସ୍ୟ ଆତ୍ମହୁତି ଦେବେ ବୋଲି ଚେତବାନୀ ଦେଇଛନ୍ତି ।

ନ୍ୟାୟ ଦାବିରେ ଦଳିତ ପରିବାର ସଦସ୍ୟଙ୍କ ନବୀନ ନିବାସ ଯାତ୍ରା

ସୂଚନା ଅନୁଯାୟୀ ଅରିଷଣ୍ଡ ପଞ୍ଚାୟତରେ ନିର୍ମଣାଧୀନ କଲ୍ୟାଣ ମଣ୍ଡପ ନିକଟରେ ଦଳିତ ପରିବାର ସଦସ୍ୟ ମାନେ ରହୁଥିବା ବେଳେ ତାଙ୍କୁ ସ୍ଥାନୀୟ ସରପଞ୍ଚ ସେ ସ୍ଥାନରୁ ଉଠାଇ ଦେବାକୁ ଉଦ୍ୟମ କରୁଛି । ଏହାସହସେହି ପରିବାରର ଝିଅ ମାନଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ଅଭିଯୋଗ ହେବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁ ନାହିଁ । ଫଳରେ ପରିବାର ଲୋକେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ସେପଟେ ଜାତୀୟ ଦଳିତ ଅ।ଦିବାସୀ ମାଇନରଟି ମହାସଂଘ ରାଜ୍ୟ ସଭାପତି ଘଟଣାକୁ ନିନ୍ଦା କରିବା ସହିତ ଏହି ପରିବାର ମାନଙ୍କୁ ନ୍ୟାୟ ନ ମିଳିଲେ ସଂଘ ଏହାକୁ ନେଇ ରାଜରାସ୍ତା କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details