ଓଡିଶା

odisha

ETV Bharat / state

ଫନି ସହାୟତା ଦାବି: ତହସିଲ ଅଫିସ ସମ୍ମୁଖରେ ଦଳିତ ଓ ଦିବ୍ୟାଙ୍ଗ ପରିବାରର ଧାରଣା - ତହସିଲ ଅଫିସ ସମ୍ମୁଖରେ ଦଳିତ ଓ ଦିବ୍ୟାଙ୍ଗ ପରିବାରର ଧାରଣା

ଫନି ସହାୟତା ଦାବିରେ ପିପିଲି ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଲେ ଦଳିତ ଓ ଦିବ୍ୟାଙ୍ଗ ପରିବାର । ଫନି କ୍ଷୟକ୍ଷତି ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ଉଭୟ ପରିବାର ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଫନି ସହାୟତା ଦାବିରେ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଲେ ଦଳିତ ଓ ଦିବ୍ୟାଙ୍ଗ ପରିବାର
ଫନି ସହାୟତା ଦାବିରେ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଲେ ଦଳିତ ଓ ଦିବ୍ୟାଙ୍ଗ ପରିବାର

By

Published : Dec 15, 2021, 3:48 PM IST

ପୁରୀ: ଫନି ସହାୟତା ଦାବିରେ ପିପିଲି ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଲେ ଦଳିତ ଓ ଦିବ୍ୟାଙ୍ଗ ପରିବାର । ଗତକାଲିଠାରୁ(ମଙ୍ଗଳବାର) ଟିକିନା ମଳିକଙ୍କ ସପରିବାର ଧାରଣାରେ ବସିଥିଲାବେଳେ ପିପିଲି NACର 11ନମ୍ବର ୱାର୍ଡର ଦିବ୍ୟାଙ୍ଗ ସୁଶାନ୍ତ ବେହେରାଙ୍କ ପରିବାର ଅନଶନରେ ବସିଛନ୍ତି । ଉଭୟ ପରିବାରଙ୍କ ଗୋଟିଏ ଅଭିଯୋଗ ଫନି କ୍ଷୟକ୍ଷତି ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଛି । ସେମାନେ ବାରମ୍ବାର ତହସିଲଦାରଙ୍କୁ ଭେଟି ଦୁଃଖ ଜଣାଇଲେ ମଧ୍ୟ କେହି ଶୁଣୁନାହାନ୍ତି । ଘର ଥିବା ବ୍ୟକ୍ତିଙ୍କୁ ଚଞ୍ଚକତା କରାଯାଇ ଫନି ଆର୍ଥିକ ସହାୟତା ଦିଆଯାଇଛି । ହେଲେ କିଛି ଦୁର୍ନୀତିଗ୍ରସ୍ତ ତହସିଲ କର୍ମଚାରୀଙ୍କ ପାଇଁ ପ୍ରକୃତ ହିତାଧିକାରୀ ଗରିବ ଲୋକଙ୍କୁ ହିତାଧିକାରୀଙ୍କ ଲିଷ୍ଟରୁ ବାଦ ଦିଆଯାଇଛି। ତେବେ ପିପିଲି ତହସିଲ କର୍ତ୍ତୃପକ୍ଷ ଏନେଇ ପଦକ୍ଷେପ ନ ନେଲେ ଉଭୟ ପରିବାର ଆମରଣ ଅନଶନରେ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଫନି ସହାୟତା ଦାବିରେ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଲେ ଦଳିତ ଓ ଦିବ୍ୟାଙ୍ଗ ପରିବାର

ସେପଟେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଧାରଣାରତ ଉଭୟ ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ତହସିଲଦାରଙ୍କ ନିକଟରେ ସେମାନଙ୍କର ସହାୟତା ପାଇଁ ଦାବି କରିଥିଲେ । ଫନି ସହାୟତା ପ୍ରଦାନରେ ବିଜେଡି ସରକାରର ଦୁର୍ନୀତିକୁ ଆଶ୍ରିତ କଡା ସମାଲୋଚନା କରିଛନ୍ତି । ଗରିବଙ୍କ ସହିତ ସବୁବେଳେ ବିଜେଡି ସରକାର ଥିବା ମୁଖ୍ୟମନ୍ତ୍ରୀ ଡିଣ୍ଡିମ ପିଟୁଥିବା ବେଳେ ଫନି ସହାୟତାରୁ ଗରିବ ଲୋକ ବଞ୍ଚିତ ହେବା ପ୍ରମାଣିତ କରିଛି ବିଜେଡି ସରକାରର କେତେ ଦରଦ ରହିଛି ଗରିବ ଲୋକଙ୍କ ପ୍ରତି ବୋଲି ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଏପଟେ ପିପିଲି ତହସିଲଦାରଙ୍କ(Pipili Tahsildar) କହିବା ଅନୁଯାୟୀ, ଫନି ସହାୟତା ଆଉ ପ୍ରଦାନ କରାଯିବାର ନିୟମ ନାହିଁ ଏବଂ କୌଣସି ପରିସ୍ଥିତିରେ ବି ଏମାନେ ଫନି ସହାୟତା ପାଇପାରିବେ ନାହିଁ । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ଫନି ସହାୟତା ଦିଆସରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details