ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ କାଠ ଅନୁକୂଳ ହୋଇଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ନେତ୍ରୋତ୍ସବରେ ତିନି ରଥ ନିର୍ମାଣ କାର୍ଯ୍ୟ ସରିବ । ଏନେଇ ରଥ ଖଳାରେ ମହାରଣା ସେବକ ଓ ଭୋଇ ସେବକ ମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ।
ଫନି ଅଟକାଇ ପାରିବନି ମହାପ୍ରଭୁଙ୍କ ରଥଯାତ୍ରା - fani
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣର କାଠ ଅନୁକୂଳ ହୋଇଛି । ପାରମ୍ପରିକ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ତେବେ ବାତ୍ୟା ଫନି ଯୋଗୁଁ ରଥ ଖଳା ଭାଙ୍ଗି ନଷ୍ଟ ହୋଇ ଯାଇଥିଲା । ତାକୁ ସଜାଡିବା ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ବାତ୍ୟା ଯୋଗୁ ରଥ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରଭାବ ପଡିବ ନାହିଁ ଏବଂ ସଠିକ ସମୟରେ ରଥ ନିର୍ମାଣ କାର୍ଯ୍ୟ ସରିବ ବୋଲି ମହାରଣା ସେବକ କହିଛନ୍ତି । ତେବେ ଏହାର ଅଧିକ ସୂଚନା ପାଇଁ ଆମ ସହ ଜଡିତ ଅଛନ୍ତି ଇଟିଭି ଭାରତ ପ୍ରତିନିଧି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ