ଓଡିଶା

odisha

ETV Bharat / state

ଜଗନ୍ନାଥ ଧାମରେ ଲୋକଙ୍କୁ ସାଇକେଲ ଦେଉଛି ଫିଟନେସ ମନ୍ତ୍ର - studen

ଦେଶର ପ୍ରତ୍ୟେକ ନାଗରିକ ଦୈନିକ ସାଇକେଲ ଚଳାଇବା ଅଭ୍ୟାସ ଜାରି ରଖିବାକୁ ଆହ୍ବାନ ଦେଇ ହୋଇଛି ସାଇକେଲ ରାଲି ଆୟୋଜନ । ଏହାକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ପୁରୀରେ ସାଇକେଲଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

By

Published : Feb 10, 2019, 12:30 PM IST

ପୁରୀ: ଶରୀର ସୁସ୍ଥ ରଖିବା ସହ ପରିବେଶ ସୁରକ୍ଷା ଓ ସଚେତନତା ନେଇ ସାଇକେଲ ରାଲି । ଦେଶର ପ୍ରତ୍ୟେକ ନାଗରିକ ଦୈନିକ ସାଇକେଲ ଚଳାଇବା ଅଭ୍ୟାସ ଜାରି ରଖିବାକୁ ଆହ୍ବାନ ଦେଇ ହୋଇଛି ସାଇକେଲ ରାଲି ଆୟୋଜନ । ଏହାକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ପୁରୀରେ ସାଇକେଲଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଏହି ସାଇକେଲ ରାଲି ଶ୍ରୀମନ୍ଦିର ସିଂହଦ୍ବାର ନିକଟରୁ ବାହାରି ବାହାରି ଗୁଣ୍ଡିଚା ମନ୍ଦିର ଯାଏଁ ଯାଇଥିଲା । ଏଥିରେ ବହୁ ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତ ସାମିଲ ହୋଇଛନ୍ତି । ସାମାଜିକ ଅନୁଷ୍ଠାନ ନିର୍ମାଲ୍ୟ ପକ୍ଷରୁ ଏନେଇ ଶ୍ରୀମନ୍ଦିର ସିଂହ ଦ୍ବାର ପାଖରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏଥିରେ ଅଥଲେଟ ଅନୁରାଧା ବିଶ୍ବାଳ, ସୁନାମଧନ୍ୟ ମହିଳା ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଯୋଗ ଦେଇ ଯୁବପିଢିଙ୍କୁ ସାଇକେଲ ଚଳାଇବା ଅଭ୍ୟାସ ରଖିବାକୁ ଆହ୍ବାନ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details