ଓଡିଶା

odisha

ETV Bharat / state

ପୁଣି ମାତିଲେ ସାଇବର ଠକ, ଶ୍ରୀମନ୍ଦିର ଭକ୍ତ ନିବାସରେ ରୁମ୍ ବୁକିଂ ନାଁରେ ଠକେଇ - ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ ସାଇବର ଫ୍ରଡ୍‌

ସାଇବର ଲୁଟେରାଙ୍କ ଟାର୍ଗେଟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ । ଅଧିକ ପଢ଼ନ୍ତୁ

cyber fraud in name of Shri mandir Bhakta Nivas administration lodge complaint in Puri
ପୁଣି ମାତିଲେ ସାଇବର ଠକ, ଶ୍ରୀମନ୍ଦିର ଭକ୍ତ ନିବାସରେ ରୁମ୍ ବୁକିଂ ନାଁରେ ଠକେଇ

By

Published : Nov 24, 2022, 7:28 PM IST

Updated : Nov 24, 2022, 11:02 PM IST

ପୁରୀ:ସାଇବର ଲୁଟେରାଙ୍କ ଟାର୍ଗେଟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ଓ ଯାତ୍ରୀ ନିବାସ । ଫେକ୍ ଆଇଡି କରି ପ୍ରମୋଦ ସାହା ନାମକ ଜଣେ ବ୍ୟକ୍ତି ଏହି ଅନଲାଇନ ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ପୋଲିସର ସାଇବର ଥାନାରେ ଅଭିଯୋଗ କରାଯାଇଛି ।

ପୁଣି ମାତିଲେ ସାଇବର ଠକ, ଶ୍ରୀମନ୍ଦିର ଭକ୍ତ ନିବାସରେ ରୁମ୍ ବୁକିଂ ନାଁରେ ଠକେଇ

ଗୋ ଡାଡି ସାଇଟ୍‌ରେ ନୀଳାଚଳ ଭକ୍ତ ନିବାସ 89 ନାମକ ଏକ ଫେକ୍ ଆଇଡି ଖୋଲା ଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଥିବା ଅଫିସିଆଲ୍ ୱେବ୍ ସାଇଟ୍‌ www.shreejagannath.inକୁ ଯାଇ ଭକ୍ତ ସମସ୍ତ ଯାତ୍ରୀ ନିବାସରେ ଅନଲାଇନ ମାଧ୍ୟମରେ ରୁମ୍ ବୁକ୍ କରିପାରିବେ । ଏଥିରେ ସମସ୍ତ ଯାତ୍ରୀ ନିବାସର ଫୋନ ନମ୍ବର, ମ୍ୟାନେଜରଙ୍କ ଫୋନ୍ ନମ୍ବର ମଧ୍ୟ ଉପଲବ୍ଧ ରହିଛି ।

ଏଣୁ ଅଲଗା ସାଇଟ୍‌କୁ ଯାଇ ରୁମ୍ ବୁକ୍ କରିବାର କୈାଣସି ଆବଶ୍ୟକତା ନଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ତେବେ ରୁମ୍ ବୁକ୍ ନାଁରେ ଅନ୍‌ଲାଇନ ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି ।

ଇଟିଭି ଭାରତ, ପୁରୀ

Last Updated : Nov 24, 2022, 11:02 PM IST

ABOUT THE AUTHOR

...view details