ଓଡିଶା

odisha

By

Published : May 21, 2020, 10:00 AM IST

Updated : May 21, 2020, 11:36 AM IST

ETV Bharat / state

ବାଲ୍ୟ ବିବାହ ବନ୍ଦ କଲା ସିଡବ୍ଲ୍ୟୁସି

ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ା ଅଞ୍ଚଳରେ ବାଲ୍ୟ ବିବାହକୁ ବନ୍ଦ କରାଯାଇଛି । କନ୍ୟାର ବୟସ ମାତ୍ର 15 ବର୍ଷ ଥିଲା । ସିଡବ୍ଲ୍ୟୁସି ସଦସ୍ୟ ରାମଶଙ୍କର ପାତ୍ରଙ୍କ ହସ୍ତକ୍ଷେପ ପରେ ସାତପଡ଼ା ଫାଣ୍ଡିରେ ଝିଅ ପକ୍ଷରୁ 18 ବର୍ଷ ନହେବା ପର୍ଯ୍ୟନ୍ତ ବିବାହ ନକରିବା ପାଇଁ ଏକ ଲିଖିତ ଘୋଷଣା ନାମା ଦେଇଥିଲେ ।

cwc stoped minor marriage at brahmagiri
cwc stoped minor marriage at brahmagiri

ବ୍ରହ୍ମଗିରି: ବାଲ୍ୟ ବିବାହ ବନ୍ଦ କଲା ସିଡବ୍ଲ୍ୟୁସି । ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ା ଅଞ୍ଚଳରେ ବାଲ୍ୟ ବିବାହକୁ ବନ୍ଦ କରାଯାଇଛି । ବ୍ରହ୍ମଗିରି ଥାନା ଅଧିନ ସାତପଡ଼ା ନିକଟ ସୋମନାଥ ମନ୍ଦିରରେ ଏକ ବାଲ୍ୟ ବିବାହର ଆୟୋଜନ କରାଯାଇଥିଲା ।

ବାଲ୍ୟ ବିବାହ ବନ୍ଦ କଲା ସିଡବ୍ଲ୍ୟୁସି

ଲକଡାଉନ ସମୟରେ ବିବାହ କାର୍ଡ ବଣ୍ଟାଯାଇଥିଲା । ଶତାଧିକ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରାଯାଇଥିଲା । ବିବାହ ପାଇଁ ମନ୍ଦିରରେ ବ୍ରାହ୍ମଣ ପ୍ରସ୍ତୁତ ହୋଇ ରହିଥିଲେ । କନ୍ୟାର ବୟସ 15 ବର୍ଷ ହୋଇଥିବା ଖବର ପାଇ ପୁରୀ ସିଡବ୍ଲ୍ୟୁସି ଓ ସାତପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ସେଠାରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । ସିଡବ୍ଲ୍ୟୁସି ସଦସ୍ୟ ରାମଶଙ୍କର ପାତ୍ରଙ୍କ ହସ୍ତକ୍ଷେପ ପରେ ସାତପଡ଼ା ଫାଣ୍ଡିରେ ଝିଅ ପକ୍ଷରୁ 18 ବର୍ଷ ନହେବା ପର୍ଯ୍ୟନ୍ତ ବିବାହ ନକରିବା ପାଇଁ ଏକ ଲିଖିତ ଘୋଷଣାନାମା ଦେଇଥିଲେ ।

ବାଲ୍ୟ ବିବାହ ବନ୍ଦ କଲା ସି ଡବ୍ଲ୍ୟୁ ସି
ବାଲ୍ୟ ବିବାହ ବନ୍ଦ କଲା ସି ଡବ୍ଲ୍ୟୁ ସି

ବହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : May 21, 2020, 11:36 AM IST

ABOUT THE AUTHOR

...view details