ଓଡିଶା

odisha

ETV Bharat / state

ଆରମ୍ଭ ହେଲା କୋଣାର୍କ ମହୋତ୍ସବ,ପ୍ରଥମ ଦିନରେ ଝୁମିଲେ ଦର୍ଶକ - ଦର୍ଶକ ଓଡିଶୀ ଓ କଥକ ନୃତ୍ୟ

ପୁରୀରେ ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶରେ କୋଣାର୍କ ମହୋତ୍ସବ ଉଦଘାଟିତ ହୋଇଛି । ପ୍ରଥମ ଦିନରେ ବିଭିନ୍ନ ପୌରାଣିକ କଥା ବସ୍ତୁ ଉପରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ କଳାକାର ମାନେ ଯାହା ଦର୍ଶକଙ୍କୁ ବିମୁଗ୍ଧ କରିଛି ।

cultural-function-konark-mahastabha-stated-at-puri
ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ

By

Published : Dec 1, 2019, 11:17 PM IST

ପୁରୀ : ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଶରେ ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଣାର୍କ ଉତ୍ସବକୁ ଉଦଘାଟନ କରିଛନ୍ତି । ପ୍ରଥମ ଦିବସରେ ଦର୍ଶକ ଓଡିଶୀ ଓ କଥକ ନୃତ୍ୟ ତାଳେ ତାଳେ ଝୁମିଛନ୍ତି ।

କୋଣାର୍କ ମହୋତ୍ସବର ପ୍ରାରମ୍ଭରେ ଭୁବନେଶ୍ବରର ଶ୍ରୀଜନ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ପୌରାଣିକ କଥା ବସ୍ତୁ ଉପରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ କଳାକାର ମାନେ ଯାହା ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଏହା ପରେ ପୁଣେର ଗୁରୁ ସାମା ଭଟେ ଗ୍ରୁପ ପକ୍ଷରୁ କଥକ ନୃତ୍ୟ ପରିବେଷଣ ହୋଇଥିଲା ।

ଆରମ୍ଭ ହେଲା କୋଣାର୍କ ମହୋତ୍ସବ,ପ୍ରଥମ ଦିନରେ ଝୁମିଲେ ଦର୍ଶକ

ଏଥିରେ ବହୁ କଳାପ୍ରେମୀ ଯୋଗ ଦେଇଥିଲେ । ତେବେ ସୋମବାର କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଇଣ୍ଡୋନେସିଆର ପ୍ରସିଦ୍ଧ ବାଲିନେସେ ନୃତ୍ୟ ପରିବେଷଣ ହେବ । ସେହିପରି କୋଲକାତାର ଅଲୋକ କାନୁନଗୋ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହେବ । ଏହି ଉତ୍ସବକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି । କୋଣାର୍କ ଉତ୍ସଵରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା 5 ତାରିଖ ଯାଏଁ ଚାଲିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details