ଓଡିଶା

odisha

ETV Bharat / state

କାକଟପୁର ମା' ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହେଲା ଝାମୁଯାତ୍ରା - କାକଟପୁର ମା ମଙ୍ଗଳାଙ୍କ ପର୍ବ

ବୈଶାଖ ପ୍ରଥମ ମଙ୍ଗଳବାରରେ କାକଟପୁର ମା' ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହେଲା ଝାମୁଯାତ୍ରା । ଅଧିକ ପଢନ୍ତୁ

କାକଟପୁର ମା' ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହେଲା ଝାମୁଯାତ୍ରା
କାକଟପୁର ମା' ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହେଲା ଝାମୁଯାତ୍ରା

By

Published : Apr 19, 2022, 8:00 PM IST

ପୁରୀ: ବୈଶାଖ ପ୍ରଥମ ମଙ୍ଗଳବାରରେ କାକଟପୁର ମା' ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହେଲା ଝାମୁଯାତ୍ରା । ପରମ୍ପରା ଅନୁଯାୟୀ ଆଜି କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି । ବିଶ୍ୱାସ ରହିଛି ଆଜିର ଦିନରେ ମା' ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ବିଶ୍ଵାସରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା କାକଟପୁର ମା' ମଙ୍ଗଳାଙ୍କ ପୀଠରେ ।

କାକଟପୁର ମା' ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହେଲା ଝାମୁଯାତ୍ରା

ରିତିନୀତି ନୁସାରେ ମା'ଙ୍କର ପୂଜା କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମାନସିକଧାରୀ ପାଟୁଆମାନେ ମା'ଙ୍କର ଆଜ୍ଞାମାଳ ପାଇବା ପରେ ଘଟତୋଳା ତୁଠରୁ ଜଳ ତୋଳି ନୃତ୍ୟ ପରିବେଷଣ କରି ମା'ଙ୍କ ସମ୍ମୁଖରେ ଝାମୁନିଆଁରେ ଚାଲିଥିଲେ । ପ୍ରାୟ 11 ଫୁଟରୁ ନିଆଁର ଗାଢରେ ଚାଲିଥିଲେ ପାଟୁଆମାନେ । ମା'ଙ୍କ ଉଦ୍ଦେଶ୍ୟରେ ଏହି ନିଆଁଗାଢରେ ଚାଲିବା ପାଇଁ ମାନସିକଧାରୀମାନେ ଗୋଟିଏ ମାସ ପୂର୍ବରୁ ନିଷ୍ଠାର ସହିତ ରହି ନିରାମିଷ ଭୋଜନ କରି ଅଲଗା ରହିବାକୁ ପଡିଥାଏ ।

କୋଭିଡ କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ଧରି ମା'ଙ୍କ ସାନିଧ୍ୟ ଲାଭରୁ ବଞ୍ଚିତ ଶ୍ରଦ୍ଧାଳୁ ଆଜି ଦର୍ଶନ ପାଇ ବେଶ୍ ଉତ୍ସାହିତ ଥିଲେ । ଏହି ପରମ୍ପରା ବହୁ ପୁରାତନ କାଳରୁ ରହି ଆସିଛି । ସବୁ ସ୍ଥାନରେ ପଣାସଂକ୍ରାନ୍ତିରେ ଝାମୁଯାତ୍ରା ହେଉ ଥିବାବେଳେ କାକଟପୁରରେ ମା'ଙ୍କ ଠାରେ ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details