ପୁରୀ: ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପରେ ଫାଟ । ମରାମତି ପରେ ଭକ୍ତଙ୍କ ପାଇଁ ଖୋଲିବ ମନ୍ଦିର । ଦୀର୍ଘ ୩ ବର୍ଷ ଧରି ଭକ୍ତଙ୍କ ପାଇଁ ବନ୍ଦ ହୋଇପଡ଼ିଥିବା ଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଜପତି । ମନ୍ଦିରର ନାଟମଣ୍ଡପର ଚାରୋଟି ସ୍ତମ୍ବରେ ଫାଟ ସୃଷ୍ଟି ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହାର ମରାମତି କାର୍ଯ୍ୟ ଶେଷ ହେବ । ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ବୈଷୟିକ କୋର କମିଟି ମରାମତି କାର୍ଯ୍ୟ ଶେଷ କରିବ । ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵ ୫ ଏକର ପରିମିତ ଅଞ୍ଚଳର ବିକାଶ ପାଇଁ ଦିଲ୍ଲୀର ଲୋଟସ୍ ଷ୍ଟୁଡିଓ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି ।
ନାଟମଣ୍ଡପ ବିମ୍ର ମରାମତି ପରେ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିପାରେ । ଲୋଟସ୍ ଷ୍ଟୁଡିଓ ପ୍ରସ୍ତୁତ କରିଥିବା ବୃହତ୍ ଯୋଜନାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ କରିଛି । ଅନୁଧ୍ୟାନ ପରେ ଗଜପତି ବୈଷୟିକ କମିଟିର ସଦସ୍ୟଙ୍କ ସହ ସୂଚନା କେନ୍ଦ୍ରରେ ବୈଠକ କରିଥିଲେ ।
ଗୁଣ୍ଡିଚା ମନ୍ଦିର ନାଟମଣ୍ଡପର ୪ଟି ସ୍ତମ୍ବ ଓ ବିମ୍ରେ ଫାଟ ସୃଷ୍ଟି ହୋଇ ସମସ୍ୟା ଉପୁଜିଥିବାରୁ ଗତ ଅକ୍ଟୋବର ୨୯ ତାରିଖରେ ଏହାର ଅନୁଧ୍ୟାନ ହୋଇଥିଲା । ଶ୍ରୀମନ୍ଦିର ବୈଷୟିକ ଟିମ୍ର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଏହି ଅନୁଧ୍ୟାନ କରାଯାଇଥିଲା । ରଥଯାତ୍ରା ପୂର୍ବରୁ ଆଇରନ ରଡ୍ ବିମ୍ ଦେଇ ସାମୟିକ ମରାମତି ହୋଇଥିଲା । କିନ୍ତୁ ଲୁଣି ପବନ ଯୋଗୁଁ ଏହା ନଷ୍ଟ ହୋଇଯାଇଛି । ଏଥର ଷ୍ଟେନ୍ଲେସ୍ ଷ୍ଟିଲ୍ ବିମ୍ (stainless steel beem) ଦେଇ ପୂର୍ଣ୍ଣାଙ୍ଗ ମରାମତି ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।