ପୁରୀ: ଗୋପ ବ୍ଲକ ଇସାଣପୁର ପଞ୍ଚାୟତରେ ଭୂତ ଖାଉଛି ଭତ୍ତା ଟଙ୍କା । ମାସେ ନୁହେଁ କି ଦୁଇ ମାସ ନୁହେଁ । ଦୀର୍ଘ 14 ମାସ ହେଲା ଏହି ଭତ୍ତା ଟଙ୍କାକୁ ମୃତ ବ୍ୟକ୍ତିଙ୍କ ନାଁରେ ନିଆଯାଉଛି । ଆର ଟି ଆଇ ବଳରେ ଏହି ତଥ୍ୟ ଲୋକ ଲୋଚନକୁ ଆଣିବାପରେ ଏଵେ ହରଡ ଘଣାରେ ବ୍ଲକ ପ୍ରଶାସନ ।
ସୂଚନାମୁତାବକ,ଏହି ପଞ୍ଚାୟତରେ 14 ମାସ ହେଲା ଭାସି ସାହୁ , ରାମଚନ୍ଦ୍ର ଖଟୋଇ ଓ ସୀତା ମଣିରାଉତଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ଭତ୍ତା ଟଙ୍କା ଉଠା ଯାଉଛି । କିନ୍ତୁ ସଇଳ ବାଳା ପରିଡ଼ା ଓ ଶାନ୍ତିଲତା ଖାଟୋଇଙ୍କର ଭତ୍ତା ଖାତା ହୋଇ ଥିଲେ ମଧ୍ୟ ତାଙ୍କୁ ଭତ୍ତା ଟଙ୍କା ମିଳୁ ନାହିଁ । ଏନେଇ ଗୋପ ବିଡିଓ ଦୀପ୍ତି ରାଣୀ ଦାସ ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଙ୍କ ନିକଟରେ ଅଭିଯୋଗ କରିଥିଲେ ପଞ୍ଚାୟତବାସୀ ।