ଵ୍ରହ୍ମଗିରି:କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ । ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ମୋଟ ଠାରେ ଥିବା ବିଜୁ ପଟ୍ଟନାୟକ ଇଂଜିନିୟର କଲେଜରେ 100 ଶଯ୍ୟା ବିଶିଷ୍ଟ କୋଭିଡ୍ ଡାକ୍ତରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି।
ଵ୍ରହ୍ମଗିରିରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ - ଵ୍ରହ୍ମଗିରିରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସପିଟାଲ
ବ୍ରହ୍ମଗିରି ବ୍ଲକର ମୋଟ ଠାରେ ଥିବା ବିଜୁ ପଟ୍ଟନାୟକ ଇଂଜିନିୟର କଲେଜରେ 100 ଶଯ୍ୟା ବିଶିଷ୍ଟ କୋଭିଡ୍ ଡାକ୍ତରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଅଧିକ ପଢନ୍ତୁ...
ପୁରୀ ଜିଲ୍ଲାରେ କୋରୋନା ପ୍ରକୋପ ତାର କାୟା ବିସ୍ତାର କରିବାରେ ଲାଗିଛି। କୋରୋନା ରୋଗୀଙ୍କ ସଂଖ୍ୟା ଵ୍ରହ୍ମଗିରିରେ ଦିନକୁ ଦିନ ବୃଦ୍ଧି ହେଉଛି। ଵ୍ରହ୍ମଗିରିର ପ୍ରବାସୀ ମାନେ ବିଭିନ୍ନ ରାଜ୍ୟରୁ ପ୍ରତିଦିନ ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରବିବାର କୋଭିଡ୍ ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଯାଇଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବ୍ରହ୍ମଗିରି ମେଡ଼ିକାଲ ଅଫିସର ପ୍ରଣବ ପ୍ରକାଶ ପୂର୍ଣ ଏବଂ ବ୍ରହ୍ମଗିରି ଥାନା ଅଧିକାରୀ ମନୋଜ କୁମାର ଶତପଥି ଡାକ୍ତରଖାନା ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ