ପୁରୀ: ସ୍ନାନଯାତ୍ରା ପୂର୍ବରୁ ଗାଇଡଲାଇନ ଅନୁଯାୟୀ ଶେଷ ହୋଇଛି ଦଇତାପତିଙ୍କ ସ୍ବାବ ନମୁନା ସଂଗ୍ରହ କାର୍ଯ୍ୟ । ବୁଧବାର ପ୍ରଥମ ଦିନରେ 75 ଓ ଗୁରୁବାର ଦ୍ବିତୀୟ ଦିନରେ 75 ଜଣ କରି ମୋଟ 150 ଜଣଙ୍କ ସ୍ବାବ ସଂଗ୍ରହ ହୋଇଛି। ସଂଗ୍ରହ କରାଯାଇଥିବା ସ୍ବାବର ଏବେ କୋଭିଡ ଟେଷ୍ଟ ହେବ ।
150 ଦଇତାପତିଙ୍କ ସ୍ୱାବ ସଂଗ୍ରହ କାର୍ଯ୍ୟ ଶେଷ - covid test of daitapati
ସରକାରଙ୍କ ଗାଇଡଲାଇନ ଅନୁଯାୟୀ 150 ଜଣ ଦଇତାପତିଙ୍କ ସ୍ବାବ ନମୁନା ସଂଗ୍ରହ କାର୍ଯ୍ୟ ଶେଷ ହୋଇଛି । ବୁଧବାର ପ୍ରଥମ ଦିନରେ 75 ଓ ଗୁରୁବାର ଦ୍ବିତୀୟ ଦିନରେ 75ଙ୍କର ୱମୁନା ହୋଇଥିଲା ସଂଗ୍ରହ । ଅଧିକ ପଢନ୍ତୁ...
ଆଗାମୀ 5 ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ରହିଛି। ଏହା ପୂର୍ବରୁ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ନୀତିକାନ୍ତିରେ ସମ୍ପୃକ୍ତ ସମସ୍ତଙ୍କର କୋରୋନା ଟେଷ୍ଟ ହେଉଛି। ଯେହେତୁ ସ୍ନାନ ପୂର୍ଣ୍ଣିମାରେ ସେବାୟତଙ୍କ ଭିଡ଼ ରହିବ ଓ ସମାଜିଜ ଦୂରତ୍ବ ବଜାୟ ରଖି ହେବନାହିଁ, ସେହି ପରିପ୍ରେକ୍ଷୀରେ ଏହି କୋଭିଡ ଟେଷ୍ଟ କରାଯାଉଛି। ଏଥିସହ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ଏଥର ସ୍ନାନଯାତ୍ରାରେ ସମ୍ପନ୍ନ କରିଯିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
ସେହିପରି ଶୁକ୍ରବାର ଓ ଶନିବାର ଶ୍ରୀମନ୍ଦିର କାର୍ଯ୍ୟଳୟରେ ଥିବା ଏକ ସ୍ବତନ୍ତ୍ର ପ୍ରକୋଷ୍ଠରେ ଗରାବଡୁ ନିଯୋଗର 180 ଜଣ ସେବାୟତଙ୍କ ସ୍ବାବ ସଂଗ୍ରହ ହେବ। ପୂର୍ବରୁ ରଥ ନିର୍ମାଣରେ ଥିବା ସେବାୟତଙ୍କ କୋଭିଡ ଟେଷ୍ଟ ରିପୋର୍ଟ ସବୁ ନେଗେଟିଭ ଆସିଛି। ତେବେ ମହାପ୍ରଭୁଙ୍କ ଯାତ୍ରା ନେଇ ରାଜ୍ୟ ସରକାର ଯାହା ଗାଇଡ଼ଲାଇନ କରିବେ ସେ ନେଇ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ