ଓଡିଶା

odisha

ETV Bharat / state

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋଭିଡ ପରିସ୍ଥିତି ସମୀକ୍ଷା - କୋଭିଡ ପରିସ୍ଥିତି ସମୀକ୍ଷା

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଅନିଲ କୁମାର ସାମଲ ପୁରୀ ଜିଲ୍ଲାର କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲ୍ଲାରେ କୋରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା ସହ କୋରୋନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଡାକ୍ତରମାନେ ନୀୟମିତ ଭାବେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି ।

covid review meeting
କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋଭିଡ ପରିସ୍ଥିତି ସମୀକ୍ଷା

By

Published : Aug 7, 2020, 3:20 PM IST

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଅନିଲ କୁମାର ସାମଲ ପୁରୀ ଜିଲ୍ଲାର କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲ୍ଲାରେ କୋରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହେବା ସହ କୋରୋନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଡାକ୍ତରମାନେ ନୀୟମିତ ଭାବେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଉପଲବ୍ଧ ସେବା ଓ ଭଲମନ୍ଦ ସଂପର୍କରେ ଜାଣିବା ପାଇଁ ରୋଗୀମାନଙ୍କ ସହ ସିଧାସଳଖ କଥା ହେବେ ବୋଲି ରାଜସ୍ବ କମିଶନର କହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂ ଜିଲ୍ଲାରେ କୋଭିଡ ସ୍ଥିତି, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମ ସଂପର୍କରେ ଜଣାଇଥିଲେ ।

ଜିଲ୍ଲାରେ ଏପର୍ଯ୍ୟନ୍ତ ୨୯ ହଜାର କୋରୋନା ପରୀକ୍ଷା କରାଯାଇଥିବା ବେଳେ ଏବେସୁଦ୍ଧା ଜିଲ୍ଲାରେ ୧୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାର କୋରୋନା ସୁସ୍ଥ ହାର ୬୨ ପ୍ରତିଶତ ରହିଛି ଓ ଆରୋଗ୍ୟ ହାର ଆହୁରି ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

ବର୍ତ୍ତମାନ ୫୬ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ସଂକ୍ରମିତ ରୋଗ ଚିକିତ୍ସାଳୟରେ ଥିବା କୋରୋନା ସ୍ବାସ୍ଥ୍ୟ କେନ୍ଦ୍ରରେ ଶଯ୍ୟା କ୍ଷମତାକୁ ଖୁବଶୀଘ୍ର ୧୦୦କୁ ବୃଦ୍ଧି କରାଯାଇ ଅଧିକ ଡାକ୍ତର ଓ ସହାୟକ କର୍ମୀ ମୁତୟନ କରାଯିବ । ବର୍ତ୍ତମାନ ଜିଲ୍ଲାର ୧୦ଟି କୋଭିଡ କେୟାର ସେଣ୍ଟର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋରୋନା ରୋଗୀ ମାନଙ୍କ ପାଇଁ ୮୯୩ ଶଯ୍ୟା ବ୍ୟବସ୍ଥା ରହିଛି ।

ଏଥିନିମନ୍ତେ ଆନୁଷଙ୍ଗିକ କାମ ଶେଷ କରିବାକୁ ବିଭାଗୀୟ ଅଧିକାରିଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ବେସରକାରୀ ଭାବେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ମୁଖ୍ୟଚିକିତ୍ସାଳୟରେ ରୋଗୀ ଦେଖିବା କାମରେ ନିୟୋଜିତ ଓ କରୋନା ସଂକ୍ରମିତ ଗର୍ଭବତୀ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସଂକ୍ରାନ୍ତରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ବର ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାସ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details