ଓଡିଶା

odisha

ETV Bharat / state

କୋରୋନା କଟକଣାରେ ରଜ ଫିକା - raja festival 2021

ପୁରୀରେ ଫିକା ପଡିଲା ରଜ । କୋଭିଡ କଟକଣା ମଧ୍ୟରେ ସମୂହ ରଜ ପାଳନ ଉପରେ ରୋକ । ସାମାଜିକ ଦୂରତା ସହ ଘରେ ରଜ ପାଳୁଛନ୍ତି କୁମାରୀ । ଅଧିକ ପଢନ୍ତୁ...

କୋରୋନା କଟକଣାରେ ରଜ ଫିକା
କୋରୋନା କଟକଣାରେ ରଜ ଫିକା

By

Published : Jun 14, 2021, 8:40 PM IST

ପୁରୀ: ଆଜି ହେଉଛି ଗଣପର୍ବ ରଜର ପ୍ରଥମ ଦିନ ଅର୍ଥାତ ପହିଲି ରଜ । ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ନିଆରା ଢଙ୍ଗରେ ରଜ ପାଳନ କରିଛନ୍ତି ଝିଅମାନେ । ଲକଡାଉନ ,ସଟଡାଉନ ଭଳି କଟକଣା ସରକାର ଜାରି କରିଥିବାବେଳେ ବର୍ଷ ବର୍ଷର ପରମ୍ପରାକୁ ଭୁଲିନାହାନ୍ତି ପୁରୀ ଜିଲ୍ଲା ଗ୍ରାମାଞ୍ଚଳର ଝିଅମାନେ ।

କୋରୋନା କଟକଣାରେ ରଜ ଫିକା

ଓଡିଶାର ପ୍ରମୁଖ ପର୍ବମାନଙ୍କ ମଧ୍ୟରେ ଅନ୍ୟତମ ପର୍ବ ରଜ ପାଳନ ପୂର୍ବକ ପରମ୍ପରା ବଜାୟ ରଖିଛନ୍ତି । କୋରୋନା ସଚେତନତା ପୂର୍ବକ ହାତ ସାନିଟାଇଜ କରିବା ସହିତ ମୁହଁରେ ମାସ୍କ ପିନ୍ଧି ରଜ ପାଳିଛନ୍ତି । ସାମାଜିକ ଦୂରତା ରକ୍ଷାକରି ଦୋଳି ଖେଳିବାକୁ ଭୁଲିନାହାନ୍ତି କୁମାରୀମାନେ । ଗାଁ ଗହଳିରେ ପ୍ରତିବର୍ଷ ରଜ ପର୍ବରେ ଝିଅମାନେ ପିଠାପଣା ସହ ଦୋଳି ଖେଳର ମଜା ନେଉଥିବାବେଳେ ଚଳିତ ବର୍ଷ କୋଭିଡ଼ କଟକଣା ପାଇଁ ଘରେ ରହି ନିଜ ପରିବାର ଲୋକଙ୍କ ସହ ପାଳନ କରୁଛନ୍ତି ଏହି ଆନନ୍ଦର ପର୍ବ।

ଘରେ ପିଠା ପଣାର ଆସର ସହ ଝିଅମାନେ ପାରମ୍ପାରିକ ଢଙ୍ଗରେ ଗୋଡ଼ରେ ଅଳତା, ହାତରେ ମେହେନ୍ଦୀ ଲଗାଇ ନୂଆ ପୋଷାକ ପିନ୍ଧି ପାଳନ କରୁଛନ୍ତି ରଜ । ରଜ ଓଡିଶାର ଏକ ପ୍ରାଚୀନ ତଥା ପ୍ରମୁଖ ପର୍ବ ଭାବେ ରାଜ୍ୟର ଇତିହାସ, ସଂସ୍କୃତି ଓ ପରମ୍ପରା ସହ ଜଡିତ । ଏହି ପର୍ବ ଝିଅ ମାନଙ୍କର ଏକ ପ୍ରମୁଖ ପର୍ବ ହୋଇଥିବାବେଳେ ଏ ବର୍ଷ କୋରୋନା ସବୁ ଫିକା ପକାଇ ଦେଇଛି । ପୂର୍ବ ବର୍ଷ ଗୁଡିକ ଭଳି ଉତ୍ସାହ ଦେଖିବାକୁ ମିଳୁନି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details