ଓଡିଶା

odisha

ETV Bharat / state

କୋଭିଡ କଟକଣା: ରାଧାପାଦ ଦର୍ଶନରୁ ବଞ୍ଚିତ ଭକ୍ତ - covid restriction

ବର୍ଷକୁ ଥରେ ମା' ରାଧାଙ୍କ ପାଦ ଦର୍ଶନରୁ ଚଳିତବର୍ଷ ବଞ୍ଚିତ ହେଲେ ଭକ୍ତ । ଯେଭଳି ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନହୁଏ ସେନେଇ ଜାରି ରହିଛି 144 ଧାରା । ଅଧିକ ପଢନ୍ତୁ...

କୋଭିଡ କଟକଣା: ରାଧା ପାଦ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ
କୋଭିଡ କଟକଣା: ରାଧା ପାଦ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

By

Published : Nov 23, 2020, 12:02 PM IST

Updated : Nov 23, 2020, 5:29 PM IST

ପୁରୀ: ଆଜି ହେଉଛି ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି। ଏହି ତିଥିକୁ ଅଁଳାନବମୀ ଭାବେ ପୂଜା କରିବାର ପରମ୍ପରା ରହିଛି। ବର୍ଷସାରା ମା’ ଶ୍ରୀରାଧା ଦେବୀଙ୍କ ପାଦ ଲୁଗାରେ ଘୋଡ଼ାଇ ହୋଇ ରହିଥିବାବେଳେ ଏହି ଦିନ ମା’ଙ୍କ ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଭକ୍ତ। ଆଜିର ଦିନରେ ଶ୍ରୀରାଧା ବିଭିନ୍ନ ରତ୍ନ ଅଳଙ୍କାରରେ ଭୂଷିତ ହୋଇ ଓଡ଼ିଆଣୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ମା’ ଙ୍କ ଦର୍ଶନରେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି ।

କୋଭିଡ କଟକଣା: ରାଧା ପାଦ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ଏହି ତିଥିରେ ଅଁଳା ଗଛର ପୂଜା କରାଯାଏ । ଏହି ଦିନ ଅଁଳା ଗଛ ତଳେ ପୂଜା କରିବା ଦ୍ବାରା ରୋଗ ଦୂର ହୋଇଥାଏ ବୋଲି ପୌରାଣିକ ମତ ରହିଛି। ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି । ହେଲେ ଚଳିତବର୍ଷ କୋଭିଡ ମହାମାରୀ ଏଥିରେ ବାଧକ ସାଜିଛି। କୋଭିଡ କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ହେଲେ ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ଯଥା ରୀତି ଚାଲିଛି। ଯେଭଳି ଭକ୍ତଙ୍କ ଭିଡ ନହୁଏ ମନ୍ଦିର ଚାରି ପାଖରେ 144 ଧାରା ଜାରି କରାଯାଇଛି। ଫଳରେ ଅଁଳା ନବମୀ ପରି ଦିନରେ ମନ୍ଦିର ପରିବେଶ ଖାଁ ଖାଁ ରହିଛି।

ସୁରକ୍ଷା ବ୍ୟବସ୍ଥା ପାଇଁ ବହୁ ପୋଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି ପ୍ରମୁଖ ଏହା ଉପରେ କଡା ନଜର ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 23, 2020, 5:29 PM IST

ABOUT THE AUTHOR

...view details