ପୁରୀ: କୋଭିଡ କଟକଣାରେ ଅନୁଷ୍ଠିତ ହେବ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସ୍ନାନଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ ହେବ । ନେଗେଟିଭ ଥିବା ସେବାୟତ ମାନେ ନୀତିରେ ସାମିଲ ହେବେ ।
ସେବାୟତଙ୍କ ଆରମ୍ଭ ହେଲା କୋଭିଡ ଟେଷ୍ଟ - ଦେବସ୍ନାନ ପୂର୍ଣ୍ଣିମା
କୋଭିଡ କଟକଣାରେ ଅନୁଷ୍ଠିତ ହେବ ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସ୍ନାନଯାତ୍ରାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ ହେବ । ନେଗେଟିଭ ଥିବା ସେବାୟତମାନେ ନୀତିରେ ସାମିଲ ହେବେ । ଅଧିକ ପଢନ୍ତୁ...
ସେବାୟତଙ୍କ ଆରମ୍ଭ ହେଲା କୋଭିଡ ଟେଷ୍ଟ
ଏହି ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ବଡ଼ଦାଣ୍ଡରେ ଥିବା ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଏହା ତିନି ଦିନ ଧରି ଚାଲିବ । ତିନିଟି ମେଡିକାଲ ଟିମ ଟେଷ୍ଟ ପାଇଁ ନିୟୋଜିତ ହୋଇଛନ୍ତି । ଦିନକୁ 3 ସହ ଟେଷ୍ଟ ନେଇ ବ୍ୟବସ୍ଥା ରହିଛି । ଅନ୍ୟପଟେ ଏହି ପଦକ୍ଷେପକୁ ସେବାୟତମାନେ ସ୍ୱାଗତ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ